ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୂର୍ଚ୍ଛନା ସାହିତ୍ୟ ସଂସଦର ନୂଆଖାଇ ଭେଟଘାଟ ଓ କବିତା ଆସର

ଜୁନାଗଡ଼,୨୯/୯(ମ ନି ସ)  ଜୁନାଗଡ଼ ମୂର୍ଚ୍ଛନା ସାହିତ୍ୟ ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ଚମେଳିଦେବୀ ମହିଳା ମାଧ୍ୟମିକ ବିଦ୍ୟାଳୟ ପରିସର ମଧ୍ୟରେ ନୂଆଖାଇ ଭେଟଘାଟ ଓ କବିତା ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ସହିତ୍ୟକ କୈଳାସ ରାଉତ ସଭାପତିତ୍ୱ କରିଥିଲେ।ସମ୍ପାଦକ ଅଜୟ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ।ସେହିପରି ସଂଗଠନର ବରିଷ୍ଠ ଉପଦେଷ୍ଟା ରମେଶ ନାଏକ, ସମାଜ ସେବୀ ଉଦ୍ଧବ ସାହୁ ,ଶିକ୍ଷାବିତ ସତ୍ୟନାରାୟଣ ରାଜପୁତ, ସୀମା ଞ୍ଚଳ ନାଗ,ନିଜ ବକ୍ତବ୍ୟ ପ୍ରଦାନ କରିବା ସହ ନୂଆଖାଇ ର ମହତ୍ଵ ଉପରେ କବିତା ମାଧ୍ୟମରେ ଆଲୋକପାତ କରିଥିଲେ।ସମ୍ମାନୀୟ ଅତିଥିଭାବେ କବି ସ୍ବର୍ଣ୍ଣଲତା ଦାସ ଉପସ୍ଥିତ ରହି ଥିବାବେଳେ କବି ସୁଧୀର ମେହେର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।କବିତା ଆସରକୁ ସଂଯୋଜନା କରିଥିଲେ କବି ଭାଗିରଥି ସାଗର ଓ ନବଘନ ସାହୁ,।ଏହି କବିତା ଆସର କାର୍ଯ୍ୟକ୍ରମ ରେ ପ୍ରାୟ ୩୦ ଜଣ କବି ସ୍ଵରଚିତ କବିତା ପଠନ କରିଥିଲେ।ଶେଷରେ କବି ବ୍ରଜକିଶୋର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ମୟୂରଭଂଜ – ହାଟବାଦଡା ହାଟ ରକ୍ତ ରଂଜିତ ଗୋରୁବ୍ୟବସାୟୀଙ୍କ ଉପରେ ଦୁବୃର୍ତ୍ତଙ୍କ ୪ ରାଉଣ୍ଡ ଗୁଳି,୧୯ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ, ବ୍ୟବସାୟୀ ମୃତ

ଚନ୍ଦ୍ର କଳା ଦେବୀ ଙ୍କ କବିତା – ମୋ ଗାଆଁ

Sunil Chandra Nayak

ଖଡିଆଳ ପାଟଣା କ୍ଷତ୍ରିୟ ସମାଜର ଜରୁରୀ କେନ୍ଦ୍ର ବୈଠକ

Leave a Comment

error: Content is protected !!