ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଗଦାରେ ନିର୍ମାଣଧୀନ ଆପାର୍ଟମେଣ୍ଟର ପ୍ରବେଶ ପଥକୁ ନେଇ ବିରୋଧ

ରାଉରକେଲା/ ଜଗଦା ପେଟ୍ରୋଲ ଟାଙ୍କି ସମ୍ମୁଖରେ ବ୍ରାହ୍ମଣୀ ବିଲ୍ଡର୍ସ ପକ୍ଷରୁ ଯେଉଁ ଆପାର୍ଟମେଣ୍ଟ ନିର୍ମାଣ ଚାଲିଛି ତାର ପ୍ରବେଶ ପଥ ସମ୍ମୁଖ ପଟକୁ ନରଖି ଦକ୍ଷିଣ ପାର୍ଶ୍ବରେ ଥିବା ୨୦ଫୁଟ ରାସ୍ତା ପଟକୁ ରଖାଯାଇଛି । ଏହି ଆପାର୍ଟମେଣ୍ଟରେ ୨୮ଟି ଫ୍ଲାଟ ଓ ୬ ଟି ଦୋକାନ ଗୃହ ନିର୍ମାଣ କରାଯାଉଥିବାରୁ ଏହି ରାସ୍ତାରେ ଗାଡି ମୋଟର ପାର୍କିଂ କରାଗଲେ ରାସ୍ତା ସଂକୁଚିତ ହେବାସହ ଆଖପାଖ ରେ ଥିବା ବାସିନ୍ଦା ମାନେ ଯାତାୟତରେ ଅସୁବିଧା ହେବ ବୋଲି ଜଗଦା ୱେଲଫେୟାର ଆସୋସିଏସନ୍ ପକ୍ଷରୁ ଆଶଙ୍କା ବ୍ୟକ୍ତ କରାଯାଇଛି । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆସୋସିଏସନର ସଭାପତି ଅଶୋକ କୁମାର କକ୍କଡ, ମଧୁ ମହାପାତ୍ର, ଶାନ୍ତି ଓରାମ,ଡଃ ବି କେ ସାହୁ,ମନୋଜ ମହାନ୍ତି, ଅଞ୍ଜନ ଦେ,ଅମର ଆଚାର୍ଯ୍ୟ,ଅରୁଣ ମାହତୋ,ସୁଖରାମ ଲାକ୍ରା ପ୍ରମୁଖ ମଂଚାସୀନ ରହି ବିଲଡରଙ୍କ ଏଭଳି କାର୍ଯ୍ୟକୁ ବିରୋଧ କରିଛନ୍ତି । ଏନେଇ ଆସୋସିଏସନ୍ ପକ୍ଷରୁ ମହାନଗର ନିଗମର କତ୍ତୃପକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଛି । ଅନ୍ୟପଟେ ଯେଉଁ ରାସ୍ତା ପଟକୁ ଆପାର୍ଟମେଣ୍ଟର ପ୍ରବେଶ ପଥ ରହିଛି, ସେହି ରାସ୍ତା ଏବେ ବି ଶାନ୍ତି ଓରାମ ଙ୍କ ନାମରେ ରହିଥିବା ବିଶ୍ରା ତହସିଲ ପକ୍ଷରୁ ପ୍ରଦତ୍ତ ଆରଟିଆଇରେ ଉଲ୍ଲେଖ ରହିଛି । ଦୀର୍ଘ ବର୍ଷ ପୂର୍ବରୁ ଶାନ୍ତି ଓରାମ ପଡୋଶୀମାନଙ୍କ ବ୍ୟବହାର ପାଇଁ ତାଙ୍କ ପଟ୍ଟା ଜମିରୁ ୨୦ଫୁଟ ସାଧାରଣ ବ୍ୟବହାର ପାଇଁ ଦାନ କରିଛନ୍ତି । ଏଣୁ ମହାନଗର ନିଗମ କର୍ତ୍ତୃପକ୍ଷ ସରଜମିନ ତଦନ୍ତ କରି ପ୍ଲାନ ମୁତାବକ ପ୍ରବେଶ ପଥ କରାଇବା ଦିଗରେ ପଦକ୍ଷେପ ନେବାକୁ ଆସୋସିଏସନ୍ ଦାବି କରିଛି। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ହାଉସିଂ ଓ ଅର୍ବାନ ଡେଭଲପମେଣ୍ଟ ପକ୍ଷରୁ ୨୦୨୦ ସେପ୍ଟେମ୍ବର ୨୧ ତାରିଖରେ ଜାରି ନିର୍ଦ୍ଦେଶନାମା ନମ୍ବର ୧୪୮୮୦ ମୁତାବକ ରାଜ୍ୟର ଡେଭଲପମେଣ୍ଟ ଅଥରିଟି ସେମାନଙ୍କ ମାଷ୍ଟର ପ୍ଲାନରେ ଜମି ବ୍ୟବହୃତ ସଂପର୍କୀତ ଯେଉଁ ତଥ୍ୟ ଉଲ୍ଲେଖ କରିଥିବେ ସେଥିପାଇଁ ସେମାନଙ୍କୁ କୌଣସି ସାର୍ଟିଫିକେଶନ ଦେବାକୁ ପଡିବ ନାହିଁ । ଏଣୁ ଏହି ନିର୍ଦ୍ଦେଶନାମା ମୁତାବକ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଜଗଦାର ପ୍ଲଟ ନଂ ୨୩୧ରେ ଯେଉଁ ୨୦ଫୁଟର ରାସ୍ତାକୁ ମହାନଗର ନିଗମ ନିର୍ମାଣ କରିଛି,ତାହା ଯେକୌଣସି ବ୍ୟକ୍ତି ବ୍ୟବହାର କରିପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏଣେ ବିଲ୍ଡର୍ସ ପକ୍ଷରୁ ସରକାରଙ୍କ ନିୟମ ଅନୁଯାୟୀ ଆପାର୍ଟମେଣ୍ଟ ନିର୍ମାଣ କରାଯାଉଛି ବୋଲି ସଫେଇ ଦେଇଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜହ୍ନ ରାତି

Sunil Chandra Nayak

ଜିଲ୍ଲାପାଳ ପି. ଅନ୍ଵେଷା ରେଡ଼ିଙ୍କ ଗୋଲାମୁଣ୍ଡା ବ୍ଲକ ଅଂଚଳ ପରିଦର୍ଶନ

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକ ଓଡିଶା ଡ୍ରାଇଭର ମହାସଂଘର ବୈଠକ

Sunil Chandra Nayak

Leave a Comment

error: Content is protected !!