ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

     ଜଣାଣ

     ମାନଗୋବିନ୍ଦ ସ୍ବାଇଁ

ଭକ୍ତି ମୋ ଭାବନା ଶକ୍ତି ମୋ ଜୀବନ
         ପ୍ରଭୁ ଦିଅ ଆଶିର୍ବାଦ
ଆଗକୁ ଯିବାକୁ ପଥ ଦିଅ କହି
       ତୁମେ ଜୀବନ ସଂପଦ।
ତୁମକୁ ପଚାରି କୁଆଡେ ଯାଉନି
      ଆଦେଶ ଦେଲେ ମୁଁ ଯିବି
ତୁମ ଗୁଣ ଗାଇ ଜୀବନ ସରିବ
       ମୁ ଏ ଦାଣ୍ଡେ ବସିଥିବି।
ଭାବନା ମୋହେଉ ବିଶ୍ବ ଶାନ୍ତି ପାଇଁ
       ଶୃଙ୍ଖଳା ଆସୁ ଜୀବନ
ପ୍ରେମର ପରାଣ ହସ ଖୁସି ରହୁ
     କୃପା କର ଭଗବାନ।
ମନରେ ନଆସୁ ବିଷାଦର ଭାବ
     ସଦା ରଖ ପ୍ରଭୁ ଜ୍ଞାନ
ଅନ୍ଧକାର ଦୂର ଆଲୋକ ପ୍ରକାଶ
      ଭକ୍ତିରେ ପ୍ରଭୁ ମିଳନ।
ଭଜିଲେ ମିଳିବ ଭକ୍ତିରେ ପାଇବୁ
      କର ତା ଅନୁସନ୍ଧାନ
ଗୀତରେ ସ୍ବରରେ ଭାବରେ ଆସୁଛ
     ତୁମେ ମୋର ଭଗବାନ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ଢେଉ

Sunil Chandra Nayak

ଓଡିଆ ଭାଷା ବିକାଶ ମଞ୍ଚର ଗାନ୍ଧୀ ଜୟନ୍ତୀ ପାଳନ

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ମଝିରେ ମଝିରେ ହେଜୁ ଥା ।।

Sunil Chandra Nayak

Leave a Comment

error: Content is protected !!