ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କର୍ଲାମୁଣ୍ଡାରେ ମିଶନ ଶକ୍ତିର ଋଣ ମେଳା ଅନୁଷ୍ଠିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପରିସରରେ ଗୁରୁବାର ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କର୍ଲାମୁଣ୍ଡା ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ କୁନି ସାହୁ, ସମ୍ମାନିତ ଅତିଥି ଭାବେ ଭାରପ୍ରାପ୍ତ ବିଡ଼ିଓ ସିଦ୍ଧେଶ୍ୱର ମେହେର, ସିଡିପିଓ ଗିରିଜା ଗୁଡଲା, ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ ଓ ମହେନ୍ଦ୍ର ରଣା, ବ୍ଲକ୍ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ମିଶନ ଶକ୍ତିର କର୍ଲାମୁଣ୍ଡା ବ୍ଲକ୍ ସଭାନେତ୍ରୀ ଜୟନ୍ତୀ ସାହୁ, ଏସବିଆଇ କର୍ଲାମୁଣ୍ଡା ଶାଖା ଫିଲ୍ଡ ଅଫିସର ଚିଦାନନ୍ଦ ପ୍ରଧାନ, ତେରେସିଂହା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖା ପରିଚାଳକ ଦେବ ପ୍ରସାଦ ନାୟକ, ୟୁକୋ ବ୍ୟାଙ୍କ ଶାଖା ପରିଚାଳକ କପିଳ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ l ଏହି ଅବସରରେ ବ୍ଲକ୍ ର ମୋଟ ୨୩୬ଟି ସ୍ଵୟଂ ସହାୟିକା ଗୋଷ୍ଠୀକୁ ବିଭିନ୍ନ ବ୍ୟାଙ୍କ ଜରିଆରେ ୪କୋଟି ୪୫ଲକ୍ଷ ଟଙ୍କାର ଋଣ ମଞ୍ଜୁର କରାଯାଇ ଥିଲା l କାର୍ଯ୍ୟକ୍ରମ କୁ ମିଶନ ଶକ୍ତି ବିପିଏମ୍ ବିପିନ ବାରିକ ଅତିଥି ପରିଚୟ, ସଭା ସଂଯୋଜନା କରିଥିବା ବେଳେ ଓଡ଼ିଶା ଜୀବନ ଜୀବିକା ମିଶନ ବିପିସି ଲଳିତ କୁମାର ବିଶି ଓ ମିଶନ ଶକ୍ତି କର୍ମକର୍ତ୍ତା, ଏମବିକେ, ସିଆରପିମାନେ ସହଯୋଗ କରିଥିଲେ l

 କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଶ୍ରଦ୍ଧା ରେ ଦୀପାବଳୀ ଉତ୍ସବ ପାଳିତ

Sunil Chandra Nayak

ଗୋଳାମୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ

Sunil Chandra Nayak

ରଞ୍ଜିତ କୁ ସାହୁ ଙ୍କ କବିତା ଆତ୍ମା ର ସୁଖ

Leave a Comment

error: Content is protected !!