ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିତ୍ରା ରାଣୀ ପାତ୍ର ଙ୍କ କବିତା ପାର୍ବଣେ ନବଦୂର୍ଗା

   

     ପାର୍ବଣେ ନବଦୂର୍ଗା

                           
ଶରତ ଆସିଲେ ହସିଉଠେ ଧରା
କାଶତଣ୍ଡି ଫୁଲ ଫୁଟେ,
କେତେ ପରବର ରୋଷଣୀ ଜଳାଇ
ଚତୁର୍ଦ୍ଦିଗେ ଶୋଭା ଛୁଟେ।
ଆଶ୍ୱିନ ମାସର ଶୁକ୍ଳ ପକ୍ଷେ ଯେବେ
ପ୍ରଥମା ତିଥିଟି ହୁଏ,
ମାତା ନବ ଦୂର୍ଗା ଆବିର୍ଭୂତା ହୋଇ
ଧରାକୁ ଓଲ୍ହାନ୍ତି ତେବେ।
ନବ ପତରରେ ବିଭୂଷିତା ହୋଇ
ପ୍ରାଣ ପ୍ରତିଷ୍ଠା ପାଆନ୍ତି,
ରମ୍ଭା ବୃକ୍ଷ ଆଉ ହଳଦୀ ଶାଢ଼ୀରେ 
ନାଲି ଧଡି ପିନ୍ଧିଥାନ୍ତି।।
କେଲା ବୋଉ ବୋଲି ଜଗତେ ବିଦିତ
ପାର୍ବଣରେ ହୁରି ପଡେ,
ଧୂପ-ଦୀପ-ଶଙ୍ଖ ନିନାଦିତ ହୁଏ
ଚଣ୍ଡୀପାଠ ନିତି ଚାଲେ।।
ଛୁରୀଅନା ଫୁଲ ସ୍ୱାଗତିକା ବାଢେ
ମହକ ତା’ବିଞ୍ଚି ଦେଇ,
କାଶତଣ୍ଡି ଫୁଲ ଚାମରରେ ବିଞ୍ଚେ
ହସ ହସ ମୁଖ ହୋଇ।।
ମାଆ ଭବାନୀସେ ସିଂହ-ବାହିନୀ
ଅତି ପରାକ୍ରମୀ ସିଏ,
ନବଦିନପାଇଁ ପୂଜା ପାଆନ୍ତି ସେ
ନାନାବିଧି ଉପଚାରେ।।
କେତେ ନାମ ତାଙ୍କ ରହିଛି ମହୀରେ
‘ଦୂର୍ଗା’ ନାମ ଗୋଟି ଶ୍ରେଷ୍ଠ,
ଦୂର୍ଗତି ହାରିଣୀ, ସଙ୍କଟ- ମୋଚନୀ
ମହିଷ ମର୍ଦ୍ଦିନୀ ସେତ।।
ମହିଷାସୁରକୁ ସଂହାର କରିସେ
ଉଡାଇଲେ ଜୟ ନେତ,
ଜଗତ ସକଳ, ଦେଖି ଦେବକୁଳ
ପୁଷ୍ପବୃଷ୍ଟି କଲେ ସେତ।।
ପାପ ବିମୋଚନୀ, ଅଭୟ-ଦାୟିନୀ
ମାଆଙ୍କ ଅଶେଷ କୃପା,
ବରଦ -ଦାୟିନୀ କଲ୍ୟାଣ କରନ୍ତି
ଜଗତବାସୀଙ୍କୁ ଏକା।।
ଆଗମନ ତାଙ୍କ ଧରାକୁ ଅଟଇ
ପାପ-ବିନାଶନପାଇଁ,
ନାରୀ ହେଲେ ମଧ୍ୟ ବୀରାଙ୍ଗନା ସେହି
ପୂଜିତା-ବନ୍ଦିତା ଥାଇ।।
ସମାଜକୁ ବାର୍ତ୍ତା ପରଶି ଦିଅନ୍ତି
ଦେଖାଇଣ ଭୂଜ ବଳ,
ତେଣୁ ହେ! ମାନବ ,ଅଜ୍ଞାନ-ଅଧମ
ନାରୀକୁ ସମ୍ମାନ କର।।
             

                  ଚିତ୍ରା ରାଣୀ ପାତ୍ର

                            ବାଲେଶ୍ୱର

Related posts

ଜାତୀୟ ସଡକ ନିରାପତ୍ତା କ୍ଷୁଦ୍ର ଚଳଚ୍ଚିତ୍ର ରେ କୋକସରା ବ୍ଲକ ଓମ ଙ୍କ କମାଳ

Sunil Chandra Nayak

ଭତ୍ତାଧିକାରୀଙ୍କ ବ୍ଲକ ଆଗରେ ବିକ୍ଷୋଭ,ମାସକୁ ଭତ୍ତା ଦୁଇ ହଜାର ଦେବାକୁ କଲେ ଦାବି

Sunil Chandra Nayak

ଭୀମକେଲା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଂଚ ପୂର୍ଣ୍ଣଚନ୍ଦ୍ର ନାଏକଙ୍କ ଦେହାନ୍ତ

Sunil Chandra Nayak

Leave a Comment

error: Content is protected !!