ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀଧର ସମର୍ଲିଆ ଫାଉଣ୍ଡେସନ ପକ୍ଷରୁ ପୁରସ୍କାର ବିତରଣ

ଚାରବାହାଲ – ସ୍ଥାନୀୟ ଚାରବାହାଲ କୃପାସିନ୍ଧୁ ହାଇସ୍କୁଲ ପ୍ରାଙ୍ଗଣରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଶ୍ରେଷ୍ଠ ବିବେଚିତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଶ୍ରୀଧର ସମର୍ଲିଆ ଫାଉଣ୍ଡେସନ ପକ୍ଷରୁ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ମୂଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଜେଲ ଅଧିକ୍ଷକ ଧୀମାନ୍ ପ୍ରେମାନନ୍ଦ ବାଗ ଯୋଗଦେଇ କୃତୀ ଛାତ୍ରମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଫାଉଣ୍ଡେସନ ର ପ୍ରତିଷ୍ଠାତା ସାମ୍ବାଦିକ ତଥା ସମାଜସେବୀ ରଜନୀକାନ୍ତ ସମର୍ଲିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ଦେବରାଜ ଗହୀର ଅଧ୍ୟକ୍ଷତା କରିଥିଲେ। ମୂଖ୍ୟ ଅତିଥି ଶ୍ରୀ ବାଗ ଛାତ୍ରଛାତ୍ରୀ ଙ୍କୁ ଉଦବୋଧନ ଦେଇ ଉଚ୍ଚଶିକ୍ଷା ପାଇଁ ନିଜକୁ ମନୋନିବେଶ କରିବାକୁ ପରାମର୍ଶ ଦେଇଥିଲେ। ଏହା ସହିତ ଛାତ୍ରୀ ମାନଙ୍କୁ ଶିକ୍ଷାର ଜନନୀ ମାତା ସାବିତ୍ରୀ ବାଈଫୁଲେଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ସେହିପରି ଫାଉଣ୍ଡେସନ ର ପ୍ରତିଷ୍ଠାତା ଶ୍ରୀ ସମର୍ଲିଆ ଆଗାମୀ ଦଶମ ଶ୍ରେଣୀ ପରୀକ୍ଷାରେ ବିଦ୍ୟାଳୟର ଛାତ୍ର ଜିଲ୍ଲା ଟପ୍ପର ହେଲେ ୧୦,୦୦୦(ଦଶ ହଜାର ) ଟଙ୍କା ପୁରସ୍କାର ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ଗହୀର ଛାତ୍ରଛାତ୍ରୀ ଙ୍କୁ କଠିନ ପରିଶ୍ରମ କରି ବିଦ୍ୟାଳୟର ସୁନାମ ଅର୍ଜନ କରିବାକୁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ କୁ ହିନ୍ଦୀ ଶିକ୍ଷକ ଶ୍ରୀ ଭଜମନ ସାଗର ଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅନ୍ୟାନ୍ୟ ସହକର୍ମୀ ସକ୍ରିୟ ଭାବେ ସହଯୋଗ କରିଥିବା ବେଳେ ବିଜ୍ଞାନ ଶିକ୍ଷକ ସତ୍ୟଜିତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ରଜନୀ କାନ୍ତ ସମରଲିଆ ଙ୍କ ରିପୋର୍ଟ 

Related posts

ଭବାନୀପାଟଣା ଠାରେ ପ୍ରାଣୀ ସହାୟତା ଆମ୍ବୁଲାନ୍ସ ସେବା ଉଦଘାଟିତ

ବିଦାୟ କାଳୀନ ସଭାରେ ବାଲେଶ୍ଵର ମୁଖ୍ୟବକ୍ତାଙ୍କ ଶିକ୍ଷଣୀୟ ଅଭିଭାଷଣ

Sunil Chandra Nayak

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ଜୟନ୍ତୀ ପଟ୍ଟନାୟକ ଙ୍କୁ ଶବ୍ଦ ଶ୍ରଦ୍ଧାଞ୍ଜଳି

Sunil Chandra Nayak

Leave a Comment

error: Content is protected !!