ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ସୌଜନ୍ୟ ରେ ଅନ୍ତର୍ଜାତୀକ ବରିଷ୍ଠ ନାଗରିକ ଦିବସ ପାଳିତ

 ତେନ୍ତୁଳିଖୁଣ୍ଟି 01 10 22 ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ପଂଚାୟତ ସମିତି ତରଫରୁ ଆନ୍ତର୍ଜାତୀକ ବରିଷ୍ ନାଗରିକ ଦିବସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପାଳିତ ହୋଇଯାଇଛି। ଏହି ଅବସର ରେ 85 ଜଣ ବରିଷ୍ଠ ନାଗରିକ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ଆଦି ପ୍ରଦାନ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମ ରେ ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ସମଲାଇ ପ୍ରସାଦ ପଣ୍ଡା କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ବରିଷ୍ଠ ନାଗରିକ ଙ୍କୁ ସମାଜରେ ସମ୍ମାନର ସହ ବଂଚିବା ର ସହଯୋଗ କରିବାକୁ ଆହ୍ୱାନ କରାଯାଇଥିଲା। ସେମାନଙ୍କ ଅନୁଭୂତି ଆଜିର ସମାଜ ପାଇଁ ଦିଗଦର୍ଶନ ହୋଇ ପାରିବ ବୋଲି ମତ ପ୍ରକାଶ ପାଇଥିଲା। ଆଜି ଗୌରୀ ସୌରା ଓ ସୁମିତ୍ର। ମାଝୀ ଙ୍କୁ ଶତାୟୁ ଭୋଟର ହୋଇଥିବାରୁ ତାଙ୍କ ଘରକୁ ଯାଇ ବିଡ଼ିଓ ସମ୍ବର୍ଦ୍ଧିତ କରିଥିଲେ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ଖଡିଆଳ ପାଟଣା କ୍ଷତ୍ରୀୟ ସମାଜର ସ୍ଵନକ୍ଷତ୍ର ଦିବସ ପାଇଁ ପରିଷଦର ବୈଠକ

ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର

Sunil Chandra Nayak

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା ସୁନ୍ଦରୀ ଝିଅ ବୋହୂ ହେବାପରେ

Sunil Chandra Nayak

Leave a Comment

error: Content is protected !!