ମୁଁ ଝୁଣ୍ଟି ପଡିଲେ
ମୋ ପାଦରୁ ଝରୁଥିବା ରକ୍ତ
ତା ଛାତିରେ ଜମାଟ ବାନ୍ଧେ
ରୁଗରୁଗ ହୋଇ ପୋଡେ
ସେ ଉହୁ ଉହୁ ହେବା ମୁଁ ଅନେକଥର ଅନୁଭବ କରିଛି……///
ମୁଁ ଗଳା ଖଙ୍କାରି ତାକୁ ପଚାରେ
ପୋଡୁଛିକି
ସେ କିନ୍ତୁ ଛେପ ଢୋକି ଢୋକି
ଆତ୍ମୀୟତାରେ କହେ
ଗାଁ ଦାଣ୍ଡରେ କବାଡି ବୋହୂଚୋରୀ ଖେଳୁଥିବା ବେଳେ ବୋହିଥିବା ରକ୍ତ
ତୋ ପାଇଁ ନଈକୂଳରୁ କଣ୍ଟେଇ କୋଳି
ତୋଳିଲା ବେଳେ ବୋହିଥିବା ରକ୍ତଠାରୁ
ଏ ରକ୍ତଟିକେ ଗାଢ
ମୁଁ କିନ୍ତୁ ନିରବତାରେ ସେମିତି ଚାହିଁ ରହିଥାଏ
ତା ବୋହିଯାଉଥିବା ରକ୍ତର ରଙ୍ଗକୁ……//
ମୁଁ ତାକୁ ବାରବାର ପଚାରେ
ରକ୍ତର ରଙ୍ଗରେ କଣ ଭିନ୍ନତା ଥାଏ
ମୁଁ କାହିଁ କେବେ ଦେଖିନିତ
ସେ ହାଲାକା ହସି
ବିସର୍ଣ୍ଣତାରେ କହିଯାଏ
ରୂପ ରଙ୍ଗ ପରେ ଯଦି କେହି ଥାଏ
ସେ ହେଉଛି ଗୁଣ
ଯାହାକୁ ଚିହ୍ନିବା ପାଇଁ
ମନ ନୁହେଁ
ମାନବିତାହିଁ
ଏକମାତ୍ର ସହଚରୀ ସାଥୀ……//
ନାମ -ସ୍ୱର୍ଣ୍ଣପ୍ରଭା ଖଟୁଆ
ଗ୍ରାମ -ସାହାସପୁର(ତୁରଙ୍ଗ)
ପୋଷ୍ଟ -ବାଟିଯୋଡା
ଥାନା -ଜେନାପୁର
ଜିଲ୍ଲା -ଯାଜପୁର
ପିନ୍ -୭୫୫୦୨୩
(ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ଯାଳୟ,ଦ୍ୱିତୀୟ ପରିସର କେନ୍ଦୁଝରରେ,ଓଡିଆ ଭାଷାସାହିତ୍ଯରେ ଗବେଷଣାରତ