ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଗଦୀଶ ଶତପଥୀ ଙ୍କ କବିତା ବାପୁ ତୁମେ ଫେରିଆସ

ବାପୁ ତୁମେ ଫେରିଆସ

ଜଗଦୀଶ ଶତପଥୀ

ଆସିବ କି, ତୁମେ ଆସିବ କି ?
ଆଉଥରେ ତୁମେ ଆସିବ କି ?
ସୁବର୍ଣ୍ଣ ଭାରତ ଖୋଜୁଛି ତୁମକୁ
ଦେଖିଯିବ ଆସ ଆମ ମାଙ୍କଡ଼ ଙ୍କୁ।
ଆସିଵ କି ତୁମେ ଆସିବ କି।୧।
ଶହୀଦ ଦିବସ ପାଳୁଅଛୁ ଆମେ,
 ତୁମେ ଚାଲିଗଲା ପରେ।
କିମ୍ଭିତ କୁତ୍ସିତ ଭାରତ ଟା ଆଜି,
ପରିଚୟ ନାହିଁ ପାରେ।୨।
 ରାମରାଜ୍ୟ ତୁମ ମାଟିରେ ମିଶିଛି
ଚାରିଆଡ଼େ ଵିଭିଷିକା।
ନିଜ ରକ୍ତ ଆଜି ନିଜକୁ ପଚାରେ
ବୃଥା ଖାଲି ଅହମିକା।୩।
ତିନି ମାଙ୍କଡ଼ ଟା ଅନ୍ଧ ମୂକ ଆଜି
ମୁହେଁ ନାହିଁ ବାଡ଼ ବତା।
ଦେଶର ସ୍ୱରାଜ ବିଚଳିତ ଆଜି
ଧରିଛନ୍ତି ଖଣ୍ଡେ ଛତା।୪।
ନାଥୁରାମ ଦଳ ଆଜିର ଶାସକ
ଵିଖଣ୍ଡିତ ଆଜି ଭୂଇଁ।
ମନ୍ଦିର ଆଉ ମସଜିଦ ପାଇଁ
ହେଉଅଛି ହାଇଂପାଇଂ।୫।
ହେ ଏ ଜାତିର ଉଲଗ୍ନ ଫକୀର
କାହିଁ ଆଜି ସ୍ୱାଧୀନତା।
ବୁର୍ଜୟା ଶାସନ ଚାଲିଅଛି ଏଠି
ବିକଳାଙ୍ଗ ଏ ବ୍ୟବସ୍ଥା।୬।
ଗାନ୍ଧୀଜୀ ତୁମେ ଚାଲିଗଲା ପରେ,
ଅହିଂସା ହଜିଛି ଆଜି।
ଭାଇ ଭାଇ ମଧ୍ୟେ ଚାଲିଅଛି କଳି
ଦେଶଟା ଜଳୁଛି ଆଜି।୭।

ଧର୍ମଶାଳା , ଯାଜପୁର

Related posts

କର୍ଲାକୋଟ ହାଇସ୍କୁଲରେ କଙ୍କାଳ ଠାବ

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ଶେଷ ଇଛା 

Sunil Chandra Nayak

ଜବାହର ଉଚ୍ଚ ବିଦ୍ୟାପୀଠରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!