ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟ ପରିସରରେ ବିଶ୍ବ ବରିଷ୍ଠ ନାଗରିକ ଦିବସ ପାଳିତ

ମୟୂରଭଞ୍ଜ ୦୧/୧୦/୨୨ (ମସିହା) ସମାଜର ପ୍ରଗତିରେ ବରିଷ୍ଠ ନାଗରିକ ମାନଙ୍କ ଅବଦାନ,ତ୍ୟାଗ ଅବର୍ଣ୍ଣନୀୟ, ଅତୁଳନୀୟ । ସେମାନଙ୍କ ଅଭିଜ୍ଞତା, କର୍ତ୍ତବ୍ୟ ନିଷ୍ଠା,ଦାୟିତ୍ବ,କର୍ମ ପ୍ରବଣତା,ପ୍ରେରଣା ସଦା ସର୍ବଦା ସମାଜରେ ଏକ ସୁସ୍ଥ ବାତାବରଣ,ପରିବେଶ,ଆଧ୍ଯାତ୍ମ ଚେତନା ସୃଷ୍ଟି କରିଥାଏ ।ବୟସ ଏକ ସଂଖ୍ୟା ହୋଇପାରେ କେଵଳ‌। ସେମାନେ ଅସ୍ତାଚଳ ସୂର୍ଯ୍ୟ ନୁହନ୍ତି । ସେମାନଙ୍କ ଉପଦେଶ ପରବର୍ତ୍ତୀ ପିଢ଼ି ପାଇଁ ଆଶୀର୍ବାଦ,ପ୍ରେରଣା,ଥିବା ଅଟେ ।ମାତ୍ରାଧିକ ବୟସ ଓ ବାର୍ଦ୍ଧକ୍ୟ ପାଇଁ ସେମାନଙ୍କୁ ଅଲୋଡା କରିବା ଉଚିତ ନୁହଁ । ସେମାନଙ୍କ ପାଇଁ ନିଜ ପରିବାର ,ପଡୋଶୀ ଓ ସରକାର ଯତ୍ନଶୀଳ ହେବା ଉଚିତ । ଆଜିର ବିଶ୍ବ ବରିଷ୍ଠ ନାଗରିକ ଦିବସ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ନାଗରିକ ସଂଘ ସଭାପତି ତଥା ବର୍ଷୀୟାନ ଅଧୀବକ୍ତା ଶ୍ରୀ ରସାନନ୍ଦ ଲେଙ୍କା(୯୦) ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଝାଡ଼ଖଣ୍ଡ ରାଜ୍ୟର ପୂର୍ବତନ ମନ୍ତ୍ରୀ,ତଥା ବିଶିଷ୍ଟ ରାଜନୀତିଜ୍ଞ, ସାରସ୍ଵତ ସାଧକ ଡାଃ ଦୀନେଶ ଷଡଙ୍ଗୀ , ମୁଖ୍ୟ ବକ୍ତା ସାରସ୍ଵତ ସାଧକ ଝାଡ଼ଖଣ୍ଡ ରାଜ୍ୟର ବିଶିଷ୍ଟ ଓଡ଼ିଆ ଭାଷାବିତ, ସ୍ତମ୍ଭକାର, ବାଦଲ ଭୂୟାଁ ଯୋଗଦେଇଥିଲେ । ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟ ପରିସରରେ ଥିବା ପ୍ରତିମୂର୍ତ୍ତୀ ଗୋପବନ୍ଧୁ ଦାସ, ନେତାଜୀ ସୁବାଷ ବୋଷ, ମଧୁସୂଦନ ଦାସ, ସାରସ୍ଵତ ସାଧକ ରାଧାନାଥ ରାୟଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର‌ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । କଥାଶିଳ୍ପୀ ଲଳିତ ମହାନ୍ତ ଅତିଥୀ ପରିଚୟ ସହ ସଭା ପରିଚାଳନା କରିଥିଲେ । ଅତିଥି ଗଣ ନିଜ ଜୀବନର ବହୁ ସ୍ମୃତି,ବିସ୍ତୃତି ବଖାଣି ଥିଲେ । ସେମାନେ ମଧ୍ଯ ଉପସ୍ଥିତ ବରିଷ୍ଠ ନାଗରିକଙ୍କୁ ବାର୍ଦ୍ଧକ୍ୟ ଜନିତ ସମସ୍ୟା ଲାଘବ ପାଇଁ ପ୍ରାତଂ ଭ୍ରମଣ, ନିୟମିତ ବ୍ୟାୟାମ,ଯୋଗ, ପ୍ରାଣାୟମ, ସନ୍ତୁଳିତ ଆହାର, ମୁକ୍ତ ଚିନ୍ତନ ଦ୍ବାରା କିଛି ମାତ୍ରାରେ ସମସ୍ୟା ଦୂର କରାଯାଇପାରେ ବୋଲି ପରାମର୍ଶ ଦେଇଥିଲେ ।ସେହିଭଳି ମନକୁ ସୁସ୍ଥ ରଖିବା ପାଇଁ ସରଳ ଆହାର ଓ ଆଧ୍ୟାତ୍ମିକ ଚେତନାର ଅନୁଶୀଳନ ଉପରେ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ । ପରିବାରରେ ବରିଷ୍ଠ ମାନେ କନିଷ୍ଠ ମାନଙ୍କୁ ସ୍ନେହ,ପ୍ରେମ,ମିଠା କଥାରେ ବାନ୍ଧି ରଖିବା ଉଚିତ । କନିଷ୍ଠ ମାନେ ବରିଷ୍ଠ ମାନଙ୍କୁ ଭକ୍ତି, ସହାନୁଭୂତି, ସମ୍ମାନ ,ମିଠା ବୋଲି ରେ ବାନ୍ଧି ରଖିବା ଉଚିତ । ଏହି କାର୍ଯ୍ୟକ୍ରମ ରେ ସଂପାଦକ ମକରଧ୍ବଜ ସାମଲ ବାର୍ଷିକ ବିବରଣୀ ପାଠ କରିଥିଲେ । ଝଡଖଣ୍ଡ ପ୍ରଦେଶ ତଥା ବିଛିନ୍ନାଞଳରୁ ବର୍ଷିୟାନ ରସାନନ୍ଦ ଲେଙ୍କାଙ୍କୁ ପୂର୍ବତନ ମନ୍ତ୍ରୀ ଡାଃ ଦୀନେଶ ଷଡଙ୍ଗୀ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।କାର୍ଯ୍ୟକ୍ରମରେ ୫୦ ରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଯୋଗ ଦେଇ ସେମାନଙ୍କ ସମସ୍ୟା ବଖାଣିବା ସହ ମୂଲ୍ୟବାନ ଵାସ୍ତବ ଚିତ୍ର ଉପସ୍ଥାପନା କରିଥିଲେ । ଶେଷରେ ରବୀନ୍ଦ୍ର ପଟ୍ଟନାୟକ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

 

Related posts

ଉତ୍ତର ଓଡିଶା ରେଳ ବିକାଶ ସମନ୍ବୟ ସମିତି ର ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ

Sunil Chandra Nayak

ପିଡିଙ୍କ ବିରୋଧରେ ଜିଲ୍ଲାପରିଷଦ ସଭ୍ୟ ଙ୍କ ଅଭିଯୋଗ , ଅଭିଯୋଗ ଖଣ୍ଡନ କଲେ ପିଡି

Sunil Chandra Nayak

ଆନନ୍ଦପୁର – ସମାଜସେବା ରେ ଉଲ୍ଲେଖନୀୟ ଅବଦାନ ପାଇଁ ଜୟଦୁର୍ଗା ଫାଉଣ୍ଡେସନ ଅଧ୍ୟକ୍ଷାରାଜଧାନୀ ଦିଲ୍ଲୀ ରେ ପୁରସ୍କୃତ

Leave a Comment

error: Content is protected !!