ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୁ ଜନତା ଦଳ ଜନ ସମ୍ପର୍କ ପଦଯାତ୍ରାର ପ୍ରସ୍ତୁତି ବୈଠକ

ଢେ଼ଙ୍କାନାଳ(ମ.ନି.ସ.)୦୧/୧୦_ ଆଜି ଢେଙ୍କାନାଳର ନିରୂପମା ହୋଟେଲ ଠାରେ ବିଜୁଜନତାଦଳ ର ଜନ ସମ୍ପର୍କ ପଦଯାତ୍ରାର ପ୍ରସ୍ତୁତି ବୈଠକରେ ମାନ୍ୟବର ମନ୍ତ୍ରୀ,ତଥା ଜିଲ୍ଲା ବିଜେଡ଼ି ସଭାପତି,ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ,ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ,ପୂର୍ବତନ ମନ୍ତ୍ରୀ ତଥା ପରଜଙ୍ଗ ବିଧାୟକ ଡାକ୍ଟର ନୃସିଂହ ଚରଣ ସାହୁ, ହିନ୍ଦୋଳ ବିଧାୟିକା ତଥା ରାଜ୍ୟ ମହିଳା ଉପଦେଷ୍ଟା ସୀମା ରାଣୀ ନାୟକ, ସଦର ବିଧାୟକ ଶ୍ରୀଯୁକ୍ତ ସୁଧିର କୁମାର ସାମଲ, ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବିଜୟ କୁମାର ନାୟକ ଯୋଗଦେଇ ଥିଲେ l ଏହି ବୈଠକରେ ମନ୍ତ୍ରୀ,ସାଂସଦ ଓ ବିଧାୟକ ମାନେ ନିଜ ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନହିତକର କାର୍ଯ୍ଯ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ କରିବାର ନିଷ୍ପତି ନିଆଯାଇଛି। ଏତଦ୍ ବ୍ୟତୀତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ସମେତ ଦଳର ସମସ୍ତ ଛାମୁଆ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

କୋକସରା ବ୍ଲକରେ ଗାନ୍ଧି ଜୟନ୍ତି ପାଳନ

Sunil Chandra Nayak

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା କାମନା ମୋ କୃଷ୍ଣ ହେଉ

Sunil Chandra Nayak

ଘରକୁ ଘର ବୁଲି ଆଧାର ସେବା ଯୋଗାଇବେ ପୋଷ୍ଟମ୍ୟାନ୍

Leave a Comment

error: Content is protected !!