ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ବାଲେଶ୍ଵର,୦୨/୧୦/୨୨- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପରିସର ସଭା ଗୃହରେ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏଥିରେ ସ୍ଥାନୀୟ ବିଧାୟକ ଜ୍ଯୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଚେୟାରମ୍ୟାନ ଅଭିଲିପ୍ସା ସାହୁ, ବିଡ଼ିଓ ପର୍ଶୁରାମ ପଣ୍ଡା, ଜିଲ୍ଲା ପରିଷଦ ରଶ୍ମିତା ପାତ୍ର ଓ ମାନସ ଦାଶ, ପୂର୍ବତନ ବ୍ଲକ ଅଧ୍ଯକ୍ଷ ରମାକାନ୍ତ ମହାନ୍ତି, ସହକାରୀ ନିର୍ବାହୀ ଯନ୍ତ୍ରୀ ସୌମ୍ୟ ମୁକୁଲ ବାରିକ ଏବଂ ବିଏସଏସ ଓ ସାଲିମା ରାଉତ ମଞ୍ଚାସୀନ ଥିଲେ । ଏଥିରେ ବ୍ଲକ କର୍ମଚାରୀ ତ୍ରିଦିବ ସୁନ୍ଦର ବରାଳ, ଶଶିକାନ୍ତ ଦାସ ଓ ବ୍ରହ୍ମାନନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ବିଭିନ୍ନ ପଞ୍ଚାୟତରୁ ଆସିଥିବା ନିର୍ବାଚିତ ପ୍ରତିନିଧି ଓ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ଯୋଗଦେଇ ଥିଲେ । ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବିଷୟରେ ମଞ୍ଚାସୀନ ଅତିଥି ମାନଙ୍କ ବକ୍ତବ୍ୟ ସମସ୍ତଙ୍କ ପାଇଁ ଖୁବ୍ ସୁନ୍ଦର ଓ ଶିକ୍ଷଣୀୟ ଥିଲା । ପରେ ପରେ ଓଡିଶା ଜୀବିକା ମିଶନ ସୌଜନ୍ଯରେ ସଞ୍ଚୟିକା ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘର ମହିଳା ମାନଙ୍କ ଦ୍ବାରା ବ୍ଲକ ପରିସର ଓ ବାହାରେ ସଫେଇ କାର୍ଯ୍ୟ କରାଯାଇଥିଲା । ଏଥିରେ ଅଧ୍ଯକ୍ଷା ଶ୍ରୀମତୀ ସାହୁ ସାମିଲ ହୋଇଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ନୀଳାଦ୍ରି ବିଜେ କରିବ

Sunil Chandra Nayak

ଚୁଡାନ୍ତ ତାଲିକା ପ୍ରକାଶ ପାଇଲା ପରେ ପ୍ରାର୍ଥୀଙ୍କ ପ୍ରଚାର ଜୋର୍ ଧରିଲା

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

Leave a Comment

error: Content is protected !!