ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେନ୍ତୁଳିଖୁଣ୍ଟି ପଂଚାୟତ ସମିତି ଓ ପୋଲିସ ପାଳିଲେ ଗାନ୍ଧୀ ଜୟନ୍ତୀ

  ତେନ୍ତୁଳିଖୁଣ୍ଟି –02 /10 /22 ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି। ତେନ୍ତୁଳିଖୁଣ୍ଟି ଆଇ ଆଇ ସି ଟଙ୍କଧର ଭୋଇ ଓ ଏସ ଆଇ ସସ୍ମିତା ପୂଜାରୀ ଙ୍କ ନେତୃତ୍ୱ ରେ ଥାନା ର 33 ଜଣ ପ୍ୟାରେଡ଼ କରି ଥାନା ରୁ କୁର୍ମା କୋଟ ଛକ ପର୍ଯ୍ୟନ୍ତ ଯାଇଥିଲେ। ମହାତ୍ମାଗାନ୍ଧୀ ଙ୍କ ଶୃଙ୍ଖଳିତ ଜୀବନ ଶୈଳୀ ର ବାର୍ତ୍ତା ଦେବା ସହ ଦଶହରା ଅବସର ରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବାର୍ତ୍ତା ଦେଇଥିଲେ ତେନ୍ତୁଳିଖୁଣ୍ଟି ପୋଲିସ। ତେନ୍ତୁଳିଖୁଣ୍ଟି ପଂଚାୟତ ସମିତି ରେ ମଧ୍ୟ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପ୍ରଥମେ ବାପୁ ଙ୍କ ଫୋଟ ରେ ପୁଷ୍ପ ମାଲ୍ୟ ଓ ଧୂପ ଦୀପ ଦେବା ପରେ ସ୍ୱଚ୍ଛତା ହିଁ ସେବା ପାଇଁ ଶପଥ ନେଇଥିଲେ ଉପସ୍ଥିତ ବ୍ୟକ୍ତି ସମୂହ। କାର୍ଯ୍ୟକ୍ରମ ରେ ବିଡ଼ିଓ ସମେତ ତେନ୍ତୁଳିଖୁଣ୍ଟି ଥାନା ର ଅଧିକାରୀ ତଥା ଜି ପି ଇ ଓ ମ ଣ୍ଟୁ ସ୍ୱାଇଁ ବିଏସ ଏସ ଓ ରବୀନ୍ଦ୍ର ସାହୁ, ବ୍ଲକ ଅଧ୍ୟକ୍ଷ ନିଳେନ୍ଦ୍ରି ନାୟକ , ବିଭିନ୍ନ ଖବର କାଗଜ ର ସମ୍ବାଦଦାତା, ଲ୍ୟାମ୍ପ ନିର୍ଦେଶକ ବାରିଜ ପଟନାୟକ ,ବ୍ଳକ ର କର୍ମଚାରୀ ମଧ୍ୟ ଶପଥ ନେଇଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଡାବୁଗାଁ ଥାନା ରେ ନୂତନ ଆଇଆଇସି ଙ୍କ ଯୋଗଦାନ

Sunil Chandra Nayak

ଭାରତମାତା କି ଜୟ ଧ୍ୱନି ରେ କମ୍ପିଲା ସିଲାଟି

Sunil Chandra Nayak

ବଜ୍ରପାତରେ ମୃତ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କଲେ ପୂର୍ବତନ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି

Sunil Chandra Nayak

Leave a Comment

error: Content is protected !!