ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେରେସିଂହାରେ ଭାଇ ଜିଉଁନ୍ତିଆ ଓଷା ପାଳିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଭାଇ ଜିଉଁନ୍ତିଆ ଓଷା ରବିବାର ସନ୍ଧ୍ୟାରେ ପାଳିତ ହୋଇ ଯାଇଛି l ଭଉଣୀ ମାନେ ନିର୍ଜଳା ଉପବାସ ଓ ଅତି ନିଷ୍ଠାର ସହ ଏହି ବ୍ରତ ରଖିଥାନ୍ତି l ଭାଇର ଶୁଭ ମନାସିବା ସହ ଦୀର୍ଘାୟୁ କାମନା କରି ଭଉଣୀ ମାନେ ଏହି ଦିନ ମାଁ ଦୁର୍ଗା ଙ୍କୁ ପୂଜା କରିଥାନ୍ତି l ପୂଜା ପର ଦିନ ଅର୍ଥାତ୍ ସକାଳେ ଭାଇଙ୍କୁ ବନ୍ଦାପନା ପରେ ଭଉଣୀ ମାନେ ଭାଇଙ୍କୁ ଜିଉଁନ୍ତିଆ ପିନ୍ଧାଇ ଥାନ୍ତି l ଗ୍ରାମ ଗୁଡ଼ିକରେ ଦଳ ଦଳ ହୋଇ ଭଉଣୀ ମାନେ ଏହି ଓଷା ପାଳି ଥାଆନ୍ତି l ସେହିପରି ତେରେସିଂହା ଗ୍ରାମର ରାଧାବଲ୍ଲଭ ପଡ଼ା, ବିରାଟ ପଡ଼ା, ତ୍ରିନାଥ ପଡ଼ା, ରାମଜୀ ପଡ଼ା, ଯାଦବ ପଡ଼ା, ହରିଜନ ପଡ଼ା, ବେଲପଡ଼ା, କଲୋନୀ ପଡ଼ା, ନରସିଂହପୁର, ଫଟାମୁଣ୍ଡା ଆଦି ସ୍ଥାନରେ ଭଉଣୀ ମାନେ ଆନନ୍ଦ ଉଲ୍ଲାସର ସହ ଭାଇ ଜିଉଁନ୍ତିଆ ଓଷା ପାଳୁ ଥିବାର ଦେଖିବାକୁ ମିଳିଛି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ବେଣୁଧର ସୂତାର ଙ୍କ କବିତା ଆଖିରୁ ସପନ ଅନେକ ଦୂର

Sunil Chandra Nayak

କରମାଠ ଗ୍ରାମରେ ଦଶପୁର ମଣ୍ଡଳର ଚାଷୀ ସମାବେଶ

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ତ୍ରିରଙ୍ଗା

Sunil Chandra Nayak

Leave a Comment

error: Content is protected !!