ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଘରେ ଘରେ ପହଞ୍ଚିବ ବିକାଶରବାର୍ତ୍ତା

ଢେ଼ଙ୍କାନାଳ(ମ.ନି.ସ) ୦୨/୧୦_ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସମଗ୍ର ରାଜ୍ୟରେ ଆଜି ଯେଉଁ ବିକାଶର ଧାରା ଜାରି ରହିଛି ଏବଂ ଆଗାମୀ ଦିନରେ ଯେଉଁ ସବୁ ଉନ୍ନତିମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ, ସେ ବିଷୟରେ ପ୍ରତ୍ୟେକ ରାଜ୍ୟବାସୀଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ପଦଯାତ୍ରାର ଆୟୋଜନ ହୋଇଛି। ଏହି ପରିପ୍ରେକ୍ଷିରେ ଆଜି ହିନ୍ଦୋଳ ନିର୍ବାଚନମଣ୍ଡଳୀର ହିନ୍ଦୋଳ ଏନ୍.ଏ.ସି ଅନ୍ତର୍ଗତ ୯ନଂ,୧୫ନଂ ୱାର୍ଡରେ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇ ଥିଲା l ଏହି ପରିପ୍ରେକ୍ଷୀରେ ବିଧାୟିକା ସୀମାରାଣୀ ନାୟକ ଙ୍କ ସମେତ ବ୍ଲକ ଅଧ୍ୟକ୍ଷା ସଶ୍ମିତାରାଣୀ ନାୟକ,ଉପାଧ୍ୟକ୍ଷ ବରୁଣ କୁମାର ସର,ଏନଏସି ଅଧ୍ୟକ୍ଷ ଟିମା ବେହେରା,ସମସ୍ତ କାଉନସିଲର,ଜିଲ୍ଲାପରିଷଦ, ସରପଞ୍ଚ,ସମିତି ସଭ୍ଯ,ବ୍ଲକ,ଏନଏସିର ସଭାପତି,ସଂପାଦକ,ଜିଲ୍ଲା ଉପସଭାପତି,ସମ୍ପାଦକ ମହିଳା,ସଂଖ୍ୟାଲଘୁ, ଆଇନ ସାମୁଖ୍ୟ,ଏବଂ ବହୁ ସଂଖ୍ୟାରେ ଜନ ସାଧାରଣ ଯୋଗଦେଇ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା କରାଯାଇଥିବା ବିକାଶ ମୂଳକ କାର୍ଯ୍ୟର ବାର୍ତ୍ତା ଘରେ ଘରେ ପହଞ୍ଚାଇ ଥିଲେ lଏହାପରେ ହିନ୍ଦୋଳ ଏନ ଏ ସି ରେ ଜାଗା ମିଶନ କାର୍ଯ୍ୟକ୍ରମରେ ୱାର୍ଡ ନଂ ୧୫ କୁଳିଆତୋଟା ଠାରେ ଆଦର୍ଶ ବିଜୁଗ୍ରାମ ଉଦଘାଟନ କରାଯାଇଥିଲା ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ସାମୂହିକ ରକ୍ଷା ବନ୍ଧନ ନିମନ୍ତେ ପ୍ରଜ୍ଞା ବାହିନୀର ପ୍ରସ୍ତୁତି ବୈଠକ

Sunil Chandra Nayak

ରାଇରଙ୍ଗପୁର ଆଇଟିଡିଏ ସମ୍ମିଳନୀ କକ୍ଷରେ ସିଫା,ଜିଲ୍ଲା ମତ୍ସ୍ଯ ବିଭାଗ ଏବଂ’ ‘ ପ୍ରଦାନ ‘ ସ୍ବେଛାସେବୀ ସଂଗଠନ ମିଳିତ ଆନୁକୂଲ୍ୟରେ ମତ୍ସ୍ୟଚାଷ ସମ୍ବନ୍ଧରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Sunil Chandra Nayak

ପ୍ରଫେସର ଡଃ ସୋମନାଥ ମିଶ୍ର ଥିଲେ ନିଷ୍ଠାବାନ ପ୍ରଶାସକ,ଦେଶ ଭକ୍ତ ଯୋଦ୍ଧା ଓ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ବ

Sunil Chandra Nayak

Leave a Comment

error: Content is protected !!