ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟ ନାରାୟଣ ମହାପାତ୍ର ଙ୍କ ଉପସ୍ଥାପନା ଜଗନ୍ମାତାଙ୍କ ଅଷ୍ଟମ ସ୍ବରୂପ ମାତା ମହାଗୌରୀ

ଜଗନ୍ମାତାଙ୍କ ଅଷ୍ଟମ ସ୍ବରୂପ

        ମାତା ମହାଗୌରୀ

 

ଶ୍ଵେତେଵୃଷେ ସମରୂଢା
        ଶ୍ବେତାମ୍ବରଧରା ଶୁଚିଃ।
ମହାଗୌରୀ ଶୁଭଂଦଦ୍ୟାନ୍
        ମହାଦେବ ପ୍ରମୋଦଦା।

ଚେତନାର ଅଷ୍ଟମ ଆୟାମର ଦେବୀ ମହାଗୌରୀ।ମହାଗୌରୀଙ୍କ ଅର୍ଥ-ଯିଏ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ,ପ୍ରକାଶମୟ, ଦେଦୀପ୍ୟମାନ,ଶାନ୍ତ, ପୂର୍ଣ୍ଣତଃ କରୁଣାର ସ୍ବରୂପ, ବରଦାୟିନୀ,ମୃଦୁଳତା ସ୍ବରୂପ ଏବଂ ସର୍ବକାମନା ପୂର୍ଣ୍ଣ କାରିଣୀ ଜଗଜ୍ଜନନୀ।ଦେବୀ ସଂପୂର୍ଣ୍ଣ ଗୌରବର୍ଣ୍ଣ,ଯାହାଙ୍କୁ ଶଙ୍ଖ,ଚନ୍ଦ୍ର ଓ କୁନ୍ଦପୁଷ୍ପର ରଙ୍ଗ ସହ ତୁଳନା କରାଯାଇଛି।ଦେବୀ ଅଷ୍ଟବର୍ଷୀୟ ବୋଲି ଉଲ୍ଲେଖ ଅଛି ଅର୍ଥାତ ଅଷ୍ଟବର୍ଷା ଭବେତ୍ ଗୌରୀ।ତାଙ୍କର ବସନ ଓ ଭୂଷଣ ଶ୍ବେତବର୍ଣ୍ଣ ଯାହା ଶୁଦ୍ଧତାର ପରିଚାୟକ।ଚତୁର୍ଭୁଜା ମହାଗୌରୀ ବୃଷଭ ବାହନା, ଦକ୍ଷିଣ ଉପରହସ୍ତ ଅଭୟମୁଦ୍ରା, ନିମ୍ନ ହସ୍ତରେ ତ୍ରିଶୂଳ,ବାମ ଉପରହସ୍ତରେ ଡମ୍ବରୁ ଏବଂ ନିମ୍ନହସ୍ତ ବରମୁଦ୍ରାରେ ଦେବୀ ଅତ୍ୟନ୍ତ ଶାନ୍ତ ଓ କମନୀୟ ଦେଖାଯାନ୍ତି।ମହାଗୌରୀ ଦେବୀ ପାର୍ବତୀଙ୍କ ରୂପରେ ଭଗବାନ ଶିବଙ୍କୁ ପତିରୂପେ ପ୍ରାପ୍ତ କରିବା ପାଇଁ କଠୋର ତପସ୍ୟା ସମୟରେ ତାଙ୍କ ଶରୀର କଳାପଡିଗଲା।ତପସ୍ୟାରେ ପ୍ରସନ୍ନ ହୋଇ ଭଗବାନ ଶିବ ତାଙ୍କୁ ଦର୍ଶନ ଦେଇ ଗଙ୍ଗାଜଳରେ ସିଞ୍ଚନ କରିବାରୁ ଦେବୀଙ୍କ ଶରୀର କାନ୍ତିମୟ ହେଲ।।

ନବରାତ୍ରିର ଅଷ୍ଟମ ଦିବସରେ ଦେବୀ ମହାଗୌରୀଙ୍କ ଉପାସନା କଲେ ମନୁଷ୍ୟର ବୃତ୍ତିକୁ ସତ୍ ଦିଗରେ ପ୍ରେରିତ କରି ଅସତ୍ ର ବିନାଶ କରନ୍ତି।ଏ ଜଗତର ମୂଳ ଆଧାର ଆଦିଶକ୍ତି ଜଗଜ୍ଜନନୀ ଅଟନ୍ତି।ଏହି ସ୍ବରୂପରେ ଜ୍ଞାନ,ଗମନ ପ୍ରାପ୍ତି ଏବଂ ମୋକ୍ଷର ସନ୍ଦେଶ ଲୁଚିରହିଛି।ଜୀବନସୁଧାସମ ବିବେକ ପ୍ରଦାନ କରନ୍ତି, ଭକ୍ତର ସମସ୍ତ କଳ୍ମଷ ହରଣ କରି ପୂର୍ବ ସଞ୍ଚିତ ପାପନାଶ କରନ୍ତି। ଏବଂ ଭବିଷ୍ୟତରେ ପାପସନ୍ତାପ,ଦୈନ୍ୟଦୁଃଖରୁ ଦୂରେଇ ରଖି ଅକ୍ଷୟ ପୂଣ୍ୟର ଅଧିକାରୀ କରି ଦିଅନ୍ତି,ତାଙ୍କ କୃପାରୁ ଆର୍ତ୍ତଜନଙ୍କ ଅସମ୍ଭବ ମଧ୍ୟ ସମ୍ଭବ ହୋଇଯାଏ।ମାତାଙ୍କ ଏହି ଗୌରାଙ୍ଗ ସ୍ବରୂପରେ ଭକ୍ତପ୍ରତି ଅଖଣ୍ଡ ବାତ୍ସଲ୍ୟ ଭାବ ପୂରି ରହିଛି।

  ରାଧେକୃଷ୍ଣ …..

                           ସତ୍ୟ ନାରାୟଣ ମହାପାତ୍ର

                                          ଭବାନୀପାଟଣା 

Related posts

ଜିଲ୍ଲାର ବିଭିନ୍ନ ସ୍ଥାନରେ ଗୋ ଆଧାରିତ ଜୀବିକା ଉପରେ ତାଲିମ ଶିବିର ଅନୁଷ୍ଠିତ

Sunil Chandra Nayak

ପାରିବାରିକ ଭାଦ୍ର ପରିକ୍ରମା ସତସଙ୍ଗର ଅନ୍ତିମ ଦିବସରେ ସତସଙ୍ଘ ଦେଲେ ଖଗେସ୍ଵର ଭାଇଙ୍କ ପରିବାର

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Leave a Comment

error: Content is protected !!