ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିଲଗୁଡ଼ାରେ କଳସ ଶୋଭା ଯାତ୍ରା

 ଚିଲିଗୁଡା( ମ ନି ସ )  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ବୀର ଚହରିଆ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଦୁର୍ଗା ପୂଜା ପାଇଁ ଗ୍ରାମର ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇ ବିରାଟ କଳସ ଶୋଭାଯାତ୍ରାରେ ବାହାରି ନିକଟସ୍ଥ ହାତୀ ନଦୀରୁ ପାଣି ଆଣି ପୂଜା ମଣ୍ଡପରେ ସ୍ଥାପନା କରାଯାଇ ଥିଲା ।ଏଥିରେ ମୁଖ୍ୟ ପୂଜକ ଭାବରେ ଶ୍ରୀଧର ତ୍ରିପାଠୀ ଏବଂ କର୍ତ୍ତା ଭାବରେ ମାଧବ ପଟେଲ ଏବଂ ତାଙ୍କ ପତ୍ନୀ କୁନ୍ତୀ ପଟେଲ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ ।ଏଥିରେ ଆୟୋଜକ କମିଟିର ସଭାପତି ବୈକୁଣ୍ଠ ନ।ଏକ ,ଉପ ସଭାପତି କଳ୍ପବଟ ପଟେଲ ,ସମ୍ପାଦକ ସୁନ୍ଦର ମୋହନ ଛତ୍ରିଆ ,ସହ ସମ୍ପାଦକ ମହେଶ୍ୱର ସାହୁ ଏବଂ କୋଷଧକ୍ଷ ନବୀନ ନ।ଏକ ଦାୟିତ୍ୱ ଗ୍ରହଣ କରିଥିଲେ ।ଏହି କଳସ ଶୋଭାଯାତ୍ରାରେ ରାଜପୁର ଗ୍ରାମର ମା ଡୋକରି ଘଣ୍ଟ ବାଦ୍ୟ ଦଳ ଏବଂ ଚିଲିଗୁଡା ଗ୍ରାମର ସଂକୀର୍ତ୍ତନ ଦଳ ସାମିଲ ହୋଇ ଥିଲେ ।ଏହି ଦୁର୍ଗା ପୂଜାରେ ତିନି ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।ଏଥିରେ କମିଟିର ପଦୁନାଭ ନାଗ ,ବୀଣା ପଟେଲ ,ଗୌରୀ ଶଙ୍କର ନ।ଏକ ,ଅଶୋକ ନ।ଏକ ,ଜୟରାମ ରଣ ,ବାମ ଦେବ ପାଢ଼ୀ ,ବାସୁଦେବ ପାଢ଼ୀ ,ନୀଳକଣ୍ଠ ନ।ଏକ ,ସେନାପତି କୁମାର ,ପ୍ରଦୀପ ପଟେଲ ,ଚନ୍ଦ୍ର ନ।ଏକ,ବାସୁଦେବ ଛତ୍ରିଆ ,ରାଧେଶ୍ୟାମ ନାଗ ,ମନୋହର ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ପଣ୍ଡକୁଳ – କୁମାରୀ ଓ ଫରଙ୍ଗ ରାସ୍ତା ସଙ୍କଟାପନ୍ନ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଭିଜା ମାଟିର ବାସ୍ନା

Sunil Chandra Nayak

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା ଅଜା ବୁଢ଼ାର୍‌ ଭୂଗୋଲ୍‌ ଜ୍ଞାନ୍‌

Sunil Chandra Nayak

Leave a Comment

error: Content is protected !!