ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାବୁଗାଁ ରେ ମା ଦୂର୍ଗାଙ୍କ ଅଷ୍ଟମୀ ପୂଜା

ଡାବୁଗାଁ, ୩/୧୦ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ଠାରେ ସୋମବାର ମା ଦୁର୍ଗାଙ୍କ ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି | ଆଜି ମାଙ୍କ ଅଷ୍ଟମୀ ପୂଜା ଶେଷ ହୋଇଥିଲା | ଏକ ଆକର୍ଷଣୀୟ ମୂର୍ତି ସହ ଆକର୍ଷଣୀୟ ତୋରଣ ଏବଂ ରଙ୍ଗ ବେରଙ୍ଗ ଆଲୋକ ମାଳାରେ ଝଲସି ଉଠୁଛି ଡାବୁଗାଁ ସହର | ମାଙ୍କ ପୂଜା ଦେଖିବାକୁ ବହୁ ଭକ୍ତଙ୍କ ସମାଗମ ହେଉଛି | ଏହି ପୂଜାରେ କର୍ତ୍ତାଭାବେ ବିକାଶ ରଞ୍ଜନ ନିଶଙ୍କ, ପ୍ଲାବନ ଜେନା ଓ ବାବୁଲି ପଟ୍ଟନାୟକ ପ୍ରମୁଖ ଦାୟିତ୍ଵ ତୁଲାଉଛନ୍ତି | ଏଥିରେ ମୁଖ୍ୟ ପୂଜକ ମହେଶ ପଣ୍ଡା ପୂଜା କାର୍ଯ୍ୟ ସମ୍ପାଦନା କରୁଥିବା ବେଳେ ଅନ୍ୟ ମାନେ ପୂଜାରେ ସହାୟତା କରୁଛନ୍ତି | ମଙ୍ଗଳବାର ମାଁ ଙ୍କ ନବମୀ ପୂଜା ଓ ବୁଧବାର ମାଁ ଙ୍କ ଦଶମୀ ପୂଜା ଅନୁଷ୍ଠିତ ହେବ |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ଧର୍ମଗଡ ଏନଏସି ନିର୍ବାଚନ: କାହାକୁ କେତେ ଭୋଟ

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବୟତ୍ରୀ ପୂଜା ରାଣୀ ନାୟକ, ବଖାଣପୁର ,ଯାଜପୁର       ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

ସସ୍ମିତେଶ ସାହୁ ଙ୍କ କବିତା ମା

Leave a Comment

error: Content is protected !!