ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁଇଟି ମଟର ସାଇକେଲ ମୁହାଁମୁହିଁ ଧକ୍କା ୨ ଗୁରୁତର ୩ ଆହତ

ଥୁଆମୂଳ ରାମପୁର:୩/୧୦- (ମନିସ) ଆଜି ଦୁଇ ଟି ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହେବାଫଳରେ ୨ ଜଣ ଗୁରୁତର ୩ ଜଣ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଜଣାପଡିଛି ଯେ, ପୁରୁଷୋତ୍ତମ ମାଝୀ, ଦେବନ୍ଦ୍ର ନାଏକ ଦୁଇଜଣ ମୋଟର ସାଇକେଲରେ ଥୁଆମୂଳ ରାମପୁର ଠାରୁ ନିଜ ଗାଁ ତଲଝାପିକୁ ଫେରୁଥିବା ବେଳେ ଅଶ୍ବିନୀ ନାଏକ, ଡିଭିଜନ୍ ନାଏକ ଓ ଟଙ୍କଧର ନାଏକ ଲାଠିଆଗୁଡା ଗ୍ରାମରୁ ମୋଟର ସାଇକେଲରେ ଯୋଗେ କାଠକୁରା ଗ୍ରାମକୁ ଆସୁଥିବା ସମୟରେ ଥୁଆମୂଳ ରାମପୁର କାଶୀପୁର ମୂଖ୍ଯ ରାସ୍ତା କାଠକୁରା ଗ୍ରାମ ନିକଟରେ ଦୁଇଗୋଟି ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହେବାଫଳରେ ୨ ଜଣ ଗୁରୁତର ଓ ୩ ଜଣ ଆହତ ହୋଇଥିଲେ। ସେମାନଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଥିଲା। ଚିକିତ୍ସା ସମୟରେ ଟଙ୍କଧର ନାଏକ ଓ ଦେବେନ୍ଦ୍ର ନାଏକ ଉଭୟଙ୍କ ଦେହବସ୍ଥାରେ ଉନ୍ନତି ନ ହେବାରୁ ଦୁଇଜଣଙ୍କୁ ଅଧିକ ଚିକିତ୍ସା ପାଇଁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି

ଥୁଆମୂଳ ରାମପୁର ବ୍ଲକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବିଦେଶୀ ମଦ ବୋଝେଇ ବୋଲେରୋ ଜବତ 

Sunil Chandra Nayak

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ମମତା ସାହୁ ଙ୍କ କବିତା ମଣିଷ

Sunil Chandra Nayak

ମମତା ସାହୁ ଙ୍କ କବିତା ମହାଲକ୍ଷ୍ମୀ ନାରାୟଣୀ

Sunil Chandra Nayak

Leave a Comment

error: Content is protected !!