ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବନଲକ୍ଷ୍ମୀ ମହାନ୍ତି ଙ୍କ କବିତା ପତିତପାବନ

ପତିତପାବନ 

ପତିତପାବନ ବାନା ଉଡୁଅଛି
ନୀଳଚକ୍ରପରେ ଥାଇ
ଫର ଫର ଉଡି ଭକ୍ତଙ୍କୁ ଡାକଇ
କାଳିଆ ଦର୍ଶନ ପାଇଁ।। 
ନୀଳାଚଳେ ବସି ଲୀଳା ଲଗାଉଛି 
ଭକତ ଜୀବନ ଧନ
ଜଗତ ଯାକର ଦୁଃଖ ସୁଖ ଦେଖେ
ମେଲି ସେ ଚକାନୟନ।। 
ବଡ ଦେଉଳର ନୀଳଚକ୍ରେ ଶୋହେ
ପତିତପାବନ ବାନା
ପ୍ରତିଦିନ ନୂଆ ନୂଆ ଲଗାଯାଏ
ଅନାରେ ସଙ୍ଗାତ ଅନା।। 
ପତିତପାବନ ପତାକାକୁ ଚାହିଁ 
ଭକ୍ତ କରଇ ପ୍ରଣାମ
ହେ ପତାକା ତୋର କେଡେ ଭାଗ୍ୟ ସତେ
ଦେଉଳ କରୁ ମଣ୍ଡନ।। 
ଆହେ ଚକାଡୋଳା ଧନ୍ୟ ତୋର ଲୀଳା
ଧନ୍ୟ ତୋ ଶ୍ରୀକ୍ଷେତ୍ର ଧାମ 
ଜୀବ ଗଲା ବେଳେ ସେ ବାନା ଦର୍ଶନେ
ନଦଣ୍ଡଇ କାଳ ଯମ।।

ବନଲକ୍ଷ୍ମୀ ମହାନ୍ତି 

 ନଡିଆବରାଇ  , କେନ୍ଦ୍ରାପଡ଼ା 

Related posts

ଚନ୍ଦ୍ର କଳା ଦେବୀ ଙ୍କ କବିତା – ଜୟ ହନୁମାନ

Sunil Chandra Nayak

ଜଙ୍ଗଲ ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ,ହତ୍ୟା ଅଭିଯୋଗ ଆଣିଲେ ପରିବାର 

Sunil Chandra Nayak

ଖଡ଼ିଆଳ ପଂଚାୟତ ସମିତି ବୈଠକ, ବିଧାୟକ – ଅଂଚଳର ବିକାଶ ମୂଳକ କାର୍ଯ୍ୟ ତ୍ବରାନ୍ନିତ କରିବାକୁ ଆହ୍ବାନ

Sunil Chandra Nayak

Leave a Comment

error: Content is protected !!