ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ସାହୁ ଙ୍କ କବିତା ପାର୍ବଣେ ନବ ଦୁର୍ଗା

  ପାର୍ବଣେ ନବ ଦୁର୍ଗା

ଆସିଛି ଶରତ ହସୁଛି ଧରଣି
               କାଶତଣ୍ଡି ଫୁଟିଲାଣି
ପାର୍ବଣେ ନବ ଦୁର୍ଗା ଆଗମନ
               ଘୋର ଘର୍ଘର ନାଦୀନି।।
ଶୈଳପୁତ୍ରୀ ବ୍ରହ୍ମଚାରିଣୀ ନାମ ତୋ
               ଭୈରବି ତୁ ଭଦ୍ରକାଳି
ଚନ୍ଦ୍ରଘଣ୍ଟା ଚନ୍ଦ୍ରକାନ୍ତି କୁଷ୍ମାଣ୍ଡା ଗୋ
               ମହାମାୟୀ ମହାକାଳି।।
ସ୍କନ୍ଦମାତା କାତ୍ୟାୟନୀ ତୁ ଚର୍ଚ୍ଛିକା
               ତ୍ରିନୟନା ଗିରିସୂତା
କାଳରାତ୍ରୀ ମହାଗୌରୀ ସିଦ୍ଧିଦାତ୍ରୀ
               ଘନକେଶି ଛିନ୍ନମସ୍ତା।।
ଚୌଷଠି ଯୋଗିନୀ ସଙ୍ଗେ ତୋ ଭ୍ରମଣ
               ଅର୍ଦ୍ଧରାତ୍ରି ରେ ତୋହର
ଅସୁର ସଂଘାରି ମହି ଉଦ୍ଧାରିଲୁ 
               ଧରି ତୁ ଖଣ୍ଡା ଖର୍ପର।।
ଭକତଙ୍କ ପାଇଁ ଓହ୍ଲାଇ ଆସିଛୁ
               ସରଗରୁ ଧରା ଧାମେ
ସଭିଙ୍କର ଦୁଃଖି ଦୂର କରିବୁ ମା’
               ସୁଖ ଭରିଦେବୁ ମନେ।।
ଭାଇ ବନ୍ଧୁ ତୁହି ସଖା ସହୋଦର
               ପିତା ମାତା ରକ୍ଷାକର୍ତ୍ତା
କରୁଛି ବିନତି ଫେଡ ମା’ ଦୁର୍ଗତି
               ଏତିକି ମାଗୁଛି ଭିକ୍ଷା।।
                           

                     ମମତା ସାହୁ

                            ଗାଇଗାଁ,କଳାହାଣ୍ଡି

Related posts

ରିଷିଡା ଜେ.କେ.ଏଚ.ଏସ୍.ଏସ୍‌ରେ ମୋ ସ୍କୁଲ ଅଭିଯାନ ବୈଠକ

Sunil Chandra Nayak

ଶେଷରେ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ”ର ଉଦ୍ୟମ କାମରେ ଆସିଲା , ଫୁଲବାଣୀ ଠାରୁ ଚକାପାଦ ପର୍ଯ୍ୟନ୍ତ ଘରୋଇ ବସ ଚାଲିଲା

Sunil Chandra Nayak

ଖଣ୍ଡିଆଗୁଡା ଗ୍ରାମରେ 13 ଦିନରେ 6 ଜଣ ଙ୍କ ମୃତ୍ୟୁ : ଗ୍ରାମରେ ଚିନ୍ତାର ମହୋଲ ,ଚିକତ୍ସା ର ଅଭାବ ନା ମଦ୍ୟପାନ ଜନିତ ତଦନ୍ତ ନହେଲେ ଅନ୍ଧ ବିଶ୍ୱାସରେ ପେଶୀ ହେବେ ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!