ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜୀବ ଲୋଚନ ପାଣିଗ୍ରାହୀ ଙ୍କ କବିତା ଶାରଦୀୟ ଅବକାଶ

ଶାରଦୀୟ ଅବକାଶ

ଶରତ ଋତୁରେ
ନିର୍ମଳ ଆକାଶ
ଦିଶେ ଧରଣୀ ରାଣୀର
ମେଳା ମଉଛବ
ମୁଣ୍ଡ ଉପରେ,
ଚାନ୍ଦୁଆ ର ଶୋଭା
ଧଳା ମେଘ ମାଳା
ଦିଶେ ରୁପାର ଫୁଲ ମାଳା |
ଧରଣୀ ବାନ୍ଧିଛି ଏବେ 
ନୀଳ ଶାଢ଼ୀ ବକ୍ଷେ
ଧାନ ବିଲ ଆଉ
ସାଗୁଆ ରଙ୍ଗର
ଛନ୍ନ ଛନ୍ନ ଗଛମାନ
ସେଥିରେ ଫୁଟିଛି ଏଠି 
ରଙ୍ଗ ବେରଙ୍ଗର ଫୁଲ,
ପୁଣି ଉତଫୁଲ୍ଲ
କାଶତଣ୍ଡିର ମେଖଳା |
ଶାରଦୀୟ ଅବକାଶେ
ବାସୁଛି ଧରଣୀ ଏବେ 
ଫୁଲଠୁ ଲାଗେ ଅଧିକ
ଧନ ଗଛେ ଧରିଛି ଫୁଲ,
ଠାଏଁ ଠାଏଁ ଧରିଲାଣି କେଣ୍ଡା
ଦୁର୍ଗା ମା ଧରାଧାମେ
ହୋଇଲେଣି ଉଭା
ହୋଇ ଲଷ୍ମୀ ରୂପା |
ଆସିବେ ମା ଧରାଧାମେ
ଶାରଦୀୟ ଅବକାଶେ
ରଚାଇବେ ଲୀଳା ଖେଳ
ଦୁଷ୍ଟ ସଂହାରି ସନ୍ଥ ପାଳି
ମେଢ଼ରେ ପାଇବେ ପୂଜା,
ବଜାର ଘାଟରେ ଘରେ
ନଗର ପୁରରେ ଆଉ
ଉତ୍ସବ ମୁଖର ହେବ,
କମ୍ପିବ ଗଗନ ପବନ
ମାଆ ଙ୍କ ପୂଜାରେ |
ମନରେ ଉଲ୍ଲାସ ସବୁ
ଛୁଆଙ୍କ ଭିତରେ
ବିଦ୍ୟାଳୟ ଛୁଟି ପୁଣି
ନୁଆଁ ଜାମା ହେବ,
କର୍ମଜୀବି ମନ ଏବେ
ହେଉଛି ଉଚ୍ଚାଟ,
ମିଳିବ ବୋନସ ଆଉ
ପୂଜା ଆଡ଼ଭାନ୍ସ
ମୋଟା ଅଙ୍କର,
ନାରୀ ମାନେ ଖିସି ଏବେ
କିଣିବେ ନୁଆଁ ଶାଢ଼ୀ
ବୁଲିଯିବେ ସଭିଏଁ ଦଶହରାରେ 
ଦୁର୍ଗା ମେଢ଼ ଦେଖି
କେହି କେହି ବୁଲିଯିବେ 
ମାତୁଳ ଘର, 
ଶାରଦୀୟ ଅବକାଶ
ବରଷକେ ଥରେ
ତନ ମନ ଧନ ସବୁ
ଧରାଧାମେ ଭରେ |

ରାଜୀବ ଲୋଚନ ପାଣିଗ୍ରାହୀ

ରଘୁନାଥ ନଗର, ଆସିକା

Related posts

ଅପର୍ତ୍ତି ସେଠୀ ଙ୍କ କବିତା ନୂଆ ତରକାରୀ

Sunil Chandra Nayak

ଧର୍ମଗଡ ବ୍ଲକ ରେ ମିଶନ ଶକ୍ତି ଋଣ ମେଳା

Sunil Chandra Nayak

ମେର୍ଡିକୁପା ରୁ ନିୟମଗିରି ସବୁଠି ଉଡିଲା ତ୍ରିରଙ୍ଗା

Sunil Chandra Nayak

Leave a Comment

error: Content is protected !!