ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମିନତି ଦାଶ ଙ୍କ କବିତା ବିଜୟା ଦଶମୀ

ବିଜୟା ଦଶମୀ

ନିଦାଘର ସନ୍ତାପନ ଶ୍ରାବଣେ ମୋଚନ
ଶେଷ ସୌଦାମିନୀ ହସ ଅଶ୍ବିନୀ ଗର୍ଜ୍ଜନ।
        ବିଜେ ତୃପ୍ତିର ଶରତ
ଦେବୀ ପକ୍ଷ ଧରାବକ୍ଷ କଲା ଉଲ୍ଲସିତ।
ପଦ୍ମବନ ପୁଷ୍ପବନ ପୁଲକ ପ୍ରବଣ
ପୂର୍ବ ଅସ୍ତରାଗେ ଲୋହିତର ପଲ୍ଲବନ।
        କାଶତଣ୍ଡୀ ପଟୁଆର
ଅପୂର୍ଵ ପରିପାଟୀରେ ଶରତ ସୁନ୍ଦର।
ଏକାଳେ ତ୍ରେତୟା ଯୁଗେ ପ୍ରଭୁ ଦାଶରଥି
ପୂଜିଲେ ଜଗଜ୍ଜନନୀ ଅରି ଅନ୍ତ ବାଞ୍ଛି
      ତୋଷ ହେଲେ ଦଶ ଭୁଜା
 ହେଲେ ଶତ୍ରୁହନ୍ତା ଉଡିଲା ବିଜୟ ଧ୍ବଜା।
ଶୁମ୍ଭ ନିଶୁମ୍ଭ ହନନ ମହିଷା ମର୍ଦ୍ଦନ
ଚଣ୍ଡ ମୁଣ୍ଡ ରକ୍ତବୀର୍ଯ୍ୟ ପ୍ରଲ୍ଲଭ ନିଧନ।
       ଅନଳରୁ ଅବତୀର୍ଣ୍ଣ
ନିଦାଘ ବିରୋଧ ବରି ନିଷାଦ ଦମନ।
ଅନ୍ୟାୟ ଅସତ୍ୟ ଅନାଚାର ଦୁରାଚାର
ହିଂସା ଅସୂୟା କପଟ ଅଧର୍ମ ବିଚାର।
       ତହିଁ ବିଜୟ ପ୍ରାପତ
ତେଣୁ ବିଜୟା ଦଶମୀ ନାମରେ ବିଖ୍ୟାତ।
ଅକାଳରେ ଆବାହନ ଅକାଳେ ପୂଜନ
ଶଙ୍କା ଶଙ୍କଟ ହରଣ ଜଗତ କଲ୍ୟାଣ।
       ପାଇଁ ତୋ ଧରା ବତାରଣ
ଯୁଗେ ଯୁଗେ ବରାଭୟ ଅର୍ଥେ ଅବତୀର୍ଣ୍ଣ।
ମାତୃଶକ୍ତି ସର୍ବ ଯୁଗେ କଲ୍ୟାଣ କାରିଣୀ
ଶକ୍ତିରୂପା ସାଜି ହୁଏ ସଙ୍କଟ ଵାରଣି।
        ଲୟ ଧ୍ୟାୟ ହେବା ପାଇଁ 
ନବଦିନ ପୂଜା ଅନ୍ତେ ବିଜୟାଦଶମୀ।

ମିନତି ଦାଶ

ବାରିପଦା

Related posts

ଔପଦା ଆଦର୍ଶ ବିଦ୍ୟାଳୟ ପରିଦର୍ଶନରେ ପୂର୍ବତନ ମନ୍ତ୍ରୀ 

Sunil Chandra Nayak

ତୀର୍ଯ୍ୟକ୍

ଜାନକୀ ମହାନ୍ତ ଙ୍କ କବିତା ପଦ୍ମାଳୟା ବିଷ୍ଣୁପ୍ରିୟା

Sunil Chandra Nayak

Leave a Comment

error: Content is protected !!