ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ର ବୈଠକ

ଯୁବ ଛାତ୍ରଛାତ୍ରୀ ସମ୍ମେଳନ ର 30 ଗୋଟି ପ୍ରତିଯୋଗୀତ ପାଇଁ ଦାୟିତ୍ୱ ବଣ୍ଟନ

ଚାରି ଗୋଟି ପେଣ୍ଡାଲ ରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ଭବନ ଠାରେ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ କୁଳପତି ଶମ୍ଭୁ କିଶୋର ଦଣ୍ଡସେନା ଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପରିଷଦ ର ଉପ କୁଳପତି ସୁରେନ୍ଦ୍ର କୁମାର ପ୍ରଧାନୀ, ମୁଖ୍ୟ ସମ୍ପାଦକ ଦିଲ୍ଲୀପ ନାଏକ, ସହ ସମ୍ପାଦକ ସୁନିଲ କୁମାର ମାଝୀ, ଯୁଗ୍ମ ସମ୍ପାଦକ ଘୁମେଶ ଚଳାନ, ସଂଗଠନ ପରମେଶ୍ବର ବାରିକ , କୋଷାଧ୍ୟକ୍ଷ ଶ୍ରୀବସ୍ଚ ବାରିକ, ଯୁଗ୍ମ ସଂଗଠନ ଜଗଦୀଶ ବାରିକ , ସହ କୋଷାଧ୍ୟକ୍ଷ ରାଜ କପୁର ବାରିକ , ଶିକ୍ଷା ଓ ସଂସ୍କୃତି ବିକାଶ ଉପ ସମିତି ର ସଭାପତି ତୁମେଶ୍ଵର ଚଳାନ, ସମ୍ପାଦକ ଅଶୋକ କୁମାର ବାରିକ, ସଦସ୍ୟ ରଣଜିତ ସିଂ ମହାରଥା, ଦେବାନନ୍ଦ ଚଳାନ, ମହେନ୍ଦ୍ର କୁମାର ବାରିକ, ମାନଭଞ୍ଜନ ଦଣ୍ଡସେନା, ଶଙ୍କର୍ଷଣ ଦଣ୍ଡସେନା, ସହଦେଵ ରାଉତ, ମନୋନୀତ କେନ୍ଦ୍ର ସଦସ୍ୟ ହୃଷୀକେଶ ଦଣ୍ଡସେନା ପ୍ରମୂଖ ଉପସ୍ଥିତ ଥିଲେ । ବୈଠକରେ ପ୍ରାଥମିକ ଶ୍ରେଣୀ ସ୍ତର ଠାରୁ ମହାବିଦ୍ୟାଳୟ ସ୍ତର ଯାଏ ବକୃତା, ଗୀତ, ଚାଣକ୍ୟ ଶ୍ଳୋକ , ଗୀତା ଶ୍ଳୋକ, ରାମ ଚରିତ ମାନସ, ଲିଖିତ ସାଧାରଣ ଜ୍ଞାନ ପ୍ରତିଯୋଗିତା, ଏକକ ଅଭିନୟ, ଝୋଟି ପ୍ରତିଯୋଗିତା, ହୁଳହୁଳି, ଚିତ୍ରାଙ୍କନ , ବିଜ୍ଞାନ ଓ ବୈଷୟିକ ମେଳା, ରେକର୍ଡ ଡ୍ୟାନ୍ସ, ଖଣ୍ଡା, ଗଦା ଓ ଲାଠି ଚାଳନା, ଶାରୀରିକ ବ୍ୟାୟାମ, ଲକ୍ଷ୍ୟ ଭେଦ ପ୍ରଭୁତି 30 ଗୋଟି ପ୍ରତିଯୋଗିତା କରାଯିବ । ଯାହା ଫଳରେ180 ଗୋଟି ପୁରସ୍କାର ସହିତ ଅନ୍ୟାନ୍ୟ ପୁରସ୍କାର ପ୍ରଦାନ କରାଯିବ । ଏହି ସବୁ କାର୍ଯ୍ୟକ୍ରମ ଗୋଟିଏ ପେଣ୍ଡାଲ ରେ ହୋଇ ପାରିବ ନାହିଁ । ଏଣୁ ଚାରିଗୋଟି ପେଣ୍ଡାଲ ରେ ସମସ୍ତ ପ୍ରତିଯୋଗିତା କରିବା ପାଇଁ ସ୍ଥିରୀକୃତ ହୋଇଥିଲା । ଶେଷ ରେ ସଂଗଠକ ପରମେଶ୍ବର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବିଦ୍ୟୁତ ବିଭାଗରେ ଶକ୍ତି ଅପଚୟ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଗୀତା ଜ୍ଞାନ

Sunil Chandra Nayak

ବ୍ୟଙ୍ଗକାରଙ୍କ ଦୃଷ୍ଟିରେ ସମାଜ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!