ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏକତା ମହିଳା ଗୃପ ତରଫରୁ ଦାଣ୍ଡିଆନୃତ୍ୟ କାର୍ଯ୍ୟକ୍ରମ

ରାଉରକେଲା/ ଏକତା ମହିଳା ଗୃପ ତରଫରୁ ଶାରଦୀୟ ପୂଜା ଅବସରରେ ଝିରପାଣି ଜଗନ୍ନାଥ ମନ୍ଦିର ପରିସରରେ ଦାଣ୍ଡିଆନୃତ୍ୟ ଆୟୋଜନ କରାଯାଇଥିଲା । ଏକତା ଗୃପର ସଭାପତି ବସୁମତି ମହାନ୍ତିଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ଗୌରୀ କୁମ୍ଭାରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୃପର ସଦସ୍ୟ ଓ ଅନ୍ୟମାନଙ୍କୁ ନେଇ ଦାଣ୍ଡିଆନୃତ୍ୟ ସହ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଦାଣ୍ଡିଆନୃତ୍ୟ ପ୍ରତିଯୋଗିତାରେ କନିଷ୍ଠ ଓ ବରିଷ୍ଠ ବିଭାଗରେ ବିଭକ୍ତ କରାଯାଇ ଭଲ ନୃତ୍ୟ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନର ଉପଦେଷ୍ଟା ମୋହନ କୁମାର ମହାନ୍ତିଙ୍କ ଜନ୍ମ ଦିନ ଉପଲକ୍ଷେ କେକ୍ କଟା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ ଅଶୋକ କକ୍କଡ,ଅଞ୍ଜୁ କକ୍କଡ,ପୁଟୁଲ ସାହୁ ଓ ପରଭେଜ ଅରୋରା ପ୍ରମୁଖ ଯୋଗଦେଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶାନ୍ତି ଲତା ବେହେରା,ରୀତା ସାମଲ,ଶର୍ମିଲା ରାଜଗୁରୁ, ଅନିତା ମହାନ୍ତି,ଅସ୍ମିତା ମହାନ୍ତି, ସୁଚିସ୍ମିତା ପଣ୍ଡା, ନିତାଞ୍ଜଳୀ ପରିଡା, ରୀନାରାଣୀ ସାହୁ,ଶୁଭସ୍ମିତା ମହାନ୍ତି,ରାହୁଲ ମହାନ୍ତି, ବିଶ୍ବଜିତ ରାଉତ, ମନୋରମା ଧଳ,ବନଜା ବିଶ୍ବାଳ,ବିଶାଖା ମହାନ୍ତି, ମମତା ନାୟକ,ଅଂଶୁପା ଦଳେଇ, ସଂଜୁକ୍ତା ପ୍ରହରାଜ,ସୁଷମା ଡାଙ୍ଗ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଭାଗନେଇଥିବା ବେଳେ ଶେଷରେ ସଭାପତି ଶ୍ରୀ ମତୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଯୁବକଙ୍କ ଆତ୍ମ ହତ୍ୟା

Sunil Chandra Nayak

ସାର ପାଇଁ  ଲ୍ୟାମ୍ପସ୍ ରେ  ତାଲା ଠୁଙ୍କିଲେ ଚାଷୀ

Sunil Chandra Nayak

ରାଇରଙ୍ଗପୁର ଅନୂସୂଚିତ ଜନଜାତି/ଜାତି ବାଳିକା ଉଚ୍ଚ ବିଦ୍ୟାଳୟରେ ୭୩ ତମ ଵନ ମହୋତ୍ସବ ପାଳିତ

Leave a Comment

error: Content is protected !!