ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଓଡ଼ିଶାରେ ପ୍ରଥମ ଦଶହରା

ଓଡ଼ିଶାରେ ପ୍ରଥମ ଦଶହରା

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

ଓଡ଼ିଶାର ବଡ ପର୍ବ ବଢାଏ ଆମ ଗୌରବ
ବିଜୟା ଦଶମୀ ବୋଲି ନାମ ଟି ବହି 
ଆଶ୍ୱିନ ଶୁକ୍ଳ ପକ୍ଷରେ ଶୁଭ ଦଶମୀ ତିଥିରେ
ଦଶହରା ଦୁର୍ଗାପୂଜା ଅଟଇ ଏହି
ଅତି ଶୁଭ ଦିନଟି ଇଏ,
ଓଡ଼ିଶାର ଘରେ ଘରେ ପାଳିତ ହୁଏ….. (୧)
ଭାଇଚାରା ଭାବ ଧରି ଓଡ଼ିଶାର ନର ନାରୀ
ହର୍ଷ ଉଲ୍ଲାସରେ ଏହି ପର୍ବ ପାଳନ୍ତି 
କିଏ ସକୁତୁମ୍ବ ନେଇ ପୁଣି ନବାନ୍ନକୁ ଖାଇ
ବନ୍ଧୁ ବାନ୍ଧବ ସହିତ ଖୁସୀ ମନାନ୍ତି
ଶରତରେ ଶକ୍ତିଙ୍କ ପୂଜା,
ଶାରଦୀୟ ପାର୍ବଣ ଏ ଉଡ଼ାଏ ଧ୍ଵଜା…. (୨)
ଅଧର୍ମ ବିନାଶ ପାଇଁ ଏହି ଦିନ ମହାମାୟୀ
ରାବଣ ବିନାଶି ଥିଲେ ରାମ ହାତରେ ,
ଦୁର୍ଗା ଦୁର୍ଗତି ନାଶିନୀ ଯିଏ ଜଗତ ଜନନୀ
ଶରଣରକ୍ଷଣୀଙ୍କର ଚରଣ ଧରେ
ଜଗତର ମଙ୍ଗଳ କରି,
ନିର୍ଭୟରେ ରଖନ୍ତୁ ସେ ଆଶିଷ ଭରି…(୩)

ଫୁଲବାଣୀ, କନ୍ଧମାଳ

Related posts

କେସିଙ୍ଗା ବ୍ଲକ ଆଦିବାସୀ ସଂଘର ନବନିର୍ବାଚିତ କର୍ମକର୍ତା ନିର୍ବାଚନ

Sunil Chandra Nayak

ଦୁଇ ବାଇକ୍ ମୁହାମୁହିଁ ଧକ୍କା ଦୁଇ ଗୁରୁତର 

Sunil Chandra Nayak

ବର୍ଷା କାରଣରୁ ବାତିଲ ହେଲା ଅଲ ଇଣ୍ଡିଆ ଏନ ସି ସି ପର୍ବତାରୋହଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!