ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତ୍ରିପତି ପ୍ରଧାନ ଙ୍କ କବିତା ଦୁଲୁକେ ମଣ୍ଡପ 

ଦୁଲୁକେ ମଣ୍ଡପ 

    ଚୋଖି ବୃତ୍ତ
ଅଘ ବିନାଶିନୀ ମାତା
ଅକୁଳ ମହେଶ କାନ୍ତା
ଅଜର ଗଣ ପୂଜିତା ଅଜିରା ମାତ
ଅଚିତେ ଚିତ_ପ୍ରଦାୟିନୀ
ଅତପେ ତପ ଦାୟିନୀ
ଅତିଚ୍ଛନ୍ଦୁ ମୁକ୍ତ କର ଅଧମ ଚିତ୍ତ
ଅଧର୍ମ ନାଶିନୀ ଶିବାନୀ 
ଅବସ ଜ୍ୟୋତି ପ୍ରକାଶା ଅମ୍ବା ଅବନୀ (1)
ଆକୁଳେ କରେ ପ୍ରାର୍ଥନା
ଆକୂତ ଦିଅ ଅପର୍ଣ୍ଣା
ଆଙ୍ଗ ହର ହରପ୍ରିୟା ଆପଦ ହାରୀ
ଆଶର ଭାବନା ନାଶି
ଆଶିଷ ଦିଅ ବରଷି
ଆଶା ରହିଛି ତୋ ପାଦେ, ଆକାଂକ୍ଷା ଭରି
ଆହ୍ୱାନ ତୁମରି ଜାଣିନି
ଆତୁରେ କରେ ଜଣାଣ ଆଦି ଜନନୀ (2)
ଦୁଇ ବର୍ଷ ପରେ ଯାଇ
ଦୁଲୁକେ ମଣ୍ଡପ ସାହି
ଦୁନିଆ ହସି ଉଠଇ ଦୁର୍ଲଭ ଲଭି
ଦୁଷ୍ପ୍ରାପ୍ୟ ଲାଭ ଦର୍ଶନ
ଦୂରୀତ ଆଳସ୍ୟ ପ୍ରାଣ
ଦୁଲ୍ଲଣୀ ଗଣ ସଙ୍ଗୀତ ଦୁଲାଳ ହୃଦି
ଦୁଃଖ ଯାଇ ଅଛି ଦୂରେଇ
ଦୁର୍ଗତି ହାରୀ ହିମାଦ୍ରୀ ଦୁହିତା ପାଇଁ (3)

   ତ୍ରିପତି ପ୍ରଧାନ

ସଂସ୍କୃତ ଶିକ୍ଷକ, ଚିକିଟି, ଗଞ୍ଜାମ

Related posts

ନେହରୁ ଯୁବକେନ୍ଦ୍ର ତରଫରୁ ପଥପ୍ରାନ୍ତ ନାଟକ

ସାନମହେଶ୍ୱର ପଂଚାୟତ ରେ ଜନ ଶୁଣାଣି

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ଆଡ଼ପ ବିଜେ

Leave a Comment

error: Content is protected !!