ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରକାଶ ପାଇଲା ୧୦ ପର୍ଯ୍ଯାୟ ଫଟୋ ପ୍ରତିଯୋଗିତା ଫଳାଫଳ

ବାଲେଶ୍ଵର,୦୫/୧୦/୨୨- ପ୍ରତ୍ୟେକ ମାସ ପରି ଚଳିତ ମାସ ୦୧/୧୦/୨୨ ରିଖ ଦିନ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ଵର ଫେସବୁକ୍ ଦ୍ବାରା ଅନଲାଇନ୍ ଫଟୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଓଡିଆ ସଂସ୍କୃତି, ପରମ୍ପରା, ବେଶଭୂଷା, ଚାଲିଚଳଣୀ ଇତ୍ୟାଦିକୁ ଭିତ୍ତିକରି ଅନୁଷ୍ଠିତ ୧୦ମ ପର୍ଯ୍ଯାୟ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଥିଲେ । ସେଥିମଧ୍ୟରୁ ସୁସ୍ମିତା ମହାପାତ୍ର, ରାଉରକେଲା, ସୁନ୍ଦରଗଡ, ସୁନନ୍ଦା ମହାନ୍ତି, ସାକ୍ଷିଗୋପାଳ, ପୁରୀ, ଅଙ୍କିତ୍ କୁମାର ସ୍ବାଇଁ, ଯାଜପୁର, ଯାଜ୍ଞସେନୀ ପଣ୍ଡା, ବେଙ୍ଗାଳୁରୁ, କର୍ଣ୍ଣାଟକ, ସଂଯୁକ୍ତା ସାହୁ, ଜଗତସିଂହପୁର, ଅନ୍ନପୂର୍ଣ୍ଣା ସାହୁ, ଭୁବନପୁର, ଖୋର୍ଦ୍ଧା, ଇନ୍ଦିରା ଗୁପ୍ତା, ତିରିଂ, ମୟୂରଭଞ୍ଜ, କବିତା ସାହୁ, ଜୟପୁର, କୋରାପୁଟ ଓ କ୍ଷଣପ୍ରଭା ମିଶ୍ର ଦେବଗଡ଼ ପ୍ରମୁଖ ଅନଲାଇନରେ ଫଟୋ ପୋଷ୍ଟ କରିଥିଲେ । ସମସ୍ତ ଫଟୋ ଗୁଡିକୁ ଅନୁଷ୍ଠାନର ଆଜୀବନ ସମୀକ୍ଷିକା, ସୁ- ସାହିତ୍ୟିକା, ସୁ- ଲେଖିକା ଯାଜପୁର ନିବାସୀ ସରସ୍ୱତୀ ପଣ୍ଡା ତନ୍ନତନ୍ନ କରି ନିରୀକ୍ଷଣ କରିଥିଲେ । ସମସ୍ତଙ୍କୁ ପଛରେ ପକାଇ ସୁସ୍ମିତା ମହାପାତ୍ର ପ୍ରଥମ ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇଛନ୍ତି । ମୋ ଅନୁଷ୍ଠାନ ପରିବାର ତରଫରୁ ଶ୍ରୀମତୀ ମହାପାତ୍ରଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଏଥିସହିତ ଭବିଷ୍ୟତ ଚଲାପଥ କୁସୁମିତ ନିମନ୍ତେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛି ଅନୁଷ୍ଠାନ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ।

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଶୁଭ ଦୀପାବଳି

Sunil Chandra Nayak

ଡିସେମ୍ବର ସୁଦ୍ଧା ୫୫ଟି ବ୍ଲକରେ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟକୁ ଶେଷ କରିବାକୁ ଟାର୍ଗେଟ ଦେଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର

Sunil Chandra Nayak

ଭାରତରେ ୮ ବର୍ଷରେ ୨୦ ହଜାର ବର୍ଗ କିମି ଜଙ୍ଗଲ ବଢ଼ିଛି: ନରେନ୍ଦ୍ର ମୋଦୀ

Leave a Comment

error: Content is protected !!