ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ରାଇଙ୍ଗପୁର ନଗର ରେ ବିଜୟା ଦଶମୀ ଉତ୍ସବ ପାଳିତ

 ମୟୂରଭଞ୍ଜ -୦୫/୧୦/୨୨(ମସିହା) ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ରାଇଙ୍ଗପୁର ନଗର ରେ ବିଜୟା ଦଶମୀ ଉତ୍ସବ ପାଳିତ ହୋଇ ଯାଇଛି।ସଂଘର ପ୍ରତିଷ୍ଠା ଦିବସ ତଥା ସଂଘ ପାଳନ କରୁଥିବା ଛଅଟି ଉତ୍ସବ ମଧ୍ୟରୁ ଅନ୍ୟତମ ଉତ୍ସବ ,ଆସୁରିକ ଶକ୍ତି ଉପରେ ଦୈବୀ ଶକ୍ତି୍ ର ବିଜୟ ସ୍ୱରୂପ ବିଜୟର ଉତ୍ସବ ଭାବେ ବିଜୟ ଦଶମୀ ଉତ୍ସବ ଅଂଲଦୁବ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଉତ୍ସବ ରେ ପୂର୍ବ ଯୋଜନା ଅନୁସାରେ ନଗର ର 90 ଜଣ ସ୍ୱୟଂ ସେବକ ନିଜର ପୂର୍ଣ୍ଣ ଗଣବେସ ସହିତ ଦିନ ଘ11 .୦୦ଟିକା ରେ ଶିଶୁ ବିଦ୍ୟା ମନ୍ଦିରର ରେ ଏକତ୍ରିତ ହୋଇ ଶାରୀରିକ ଅଭ୍ୟାସ ଓ ଭଜନ ପରେ ସଞ୍ଚାଳନ ପାଇଁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରେ ଏକତ୍ରିତ ହୋଇ ଥିଲେ। ଜଗନ୍ନାଥ ମନ୍ଦିର ଠାରୁ ଘୋଷ ସହିତ ସଞ୍ଚଳନ ରାଇରଙ୍ଗପୁର ଗୋଲେଇ ଦେଇ ଅଁଳାଡୁବା ଶିଶୁ ବିଦ୍ୟା ମନ୍ଦିର ପର୍ଯ୍ୟନ୍ତ ଆସି ଥିଲା। ସହରର ସ୍ଥାନେ ସ୍ଥାନେ ଫୁଲ ଦୀପ ଧୂପ ଦେଇ ମା ଓ ଭଉଣୀ ମାନେ ସ୍ବାଗତ କରି ଥିଲେ। ଶେଷ ରେ ପ୍ରକଟ କାର୍ଯକ୍ରମ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ହୋଇ ଥିଲା । ଉକ୍ତ କାର୍ଯ୍ୟକ୍ରମ ରେ  ନଗର ସଂଘଚାଳକ ମାନନୀୟ ଶ୍ରୀ ବସନ୍ତ କୁମାର ମହାପାତ୍ର ପୌରହିତ କରିଥିବା ବେଲେ ମୁଖ୍ୟ ବକ୍ତା ଭାବେ ରାଇଙ୍ଗପୁର  ଜିଲ୍ଲା ର ପ୍ରଚାର ପ୍ର୍ରମୁଖ   ଶ୍ରଧେୟ ସଞ୍ଜୟ କୁମାର ମହାନ୍ତ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଥିଲେ।ମୁଖ୍ୟ ବକ୍ତା ଅଭି ଭାଷଣରେ ଭାରତ ଯେପରି ଦୀର୍ଘ 700 ବର୍ଷ ଧରି ସ୍ଵାଧୀନ ପରାଧୀନ ର ଲୁଚକାଳି ଭିତରେ ଭାରତ ପୁଣି ଆଉ ପରାଧୀନ ନ ହେଉ ସେଥିପାଇଁ ଏ ଭାରତ ର ପୁତ୍ର ରୁପି ସମାଜ କୁ ସଜାଗ ରଖି ଏବେ ମଧ୍ୟ ଭାରତ ଉପରେ ହେଉ ଥିବା ବିଭିନ୍ନ ଷଡ଼ଯନ୍ତ୍ର ଯଥା ଭାରତୀୟ ସଂସ୍କୃତି କୁ ଭାଙ୍ଗିବା ପାଇଁ,। ଜାତି ନାଁ ରେ ବିଭାଜନ , ଶିକ୍ଷା ନା ରେ ବିଭାଜନ ,ଧର୍ମ ନାଁ ରେ ବିଭାଜନ ଆଶଙ୍କା କୁ ଚେତାଇ ଦେବା ସହ ଆର୍ ଏସ୍ ଏସ ର ଚିନ୍ତନରେ କିପରି ପୁରା ସମାଜ କୁ ଏକ କରି ଭାରତର ସର୍ବାଙ୍ଗିନ ବିକାଶ ହୋଇ ପରିବ ଉଲ୍ଲେଖ କରି ଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ନଗର ଶାରୀରିକ ପ୍ରମୁଖ ଅଙ୍କିତ ପଡିଆ ମୁଖ୍ୟ ଶିକ୍ଷକ ,ନଗର ବୌଦ୍ଧିକ ପ୍ରମୁଖ ଦୁଷ୍ମନ୍ତ ଗିରି ପର୍ଥାନ ଭଗବତ ମହାନ୍ତ ଶାରୀରିକ ପ୍ରଦଶନ ର ନେତୃତ୍ୱ ନେଇ ଥିଲାବେଳେ ନଗର କାର୍ଯବାହ ବଳରାମ ବାରିକ ଅତିଥି ପରିଚୟ କରିଥିଲେ।ବିଭାଗ ବ୍ୟବସ୍ଥା ପ୍ରମୁଖ ଉଦୟ ନାରାୟଣ ସିଂ,ଜିଲ୍ଲା ବ୍ୟବସ୍ଥା ପ୍ରମୁଖ ରାଜୀବ ସିଂ ,ସୁବ୍ରତ ଗିରି ,ବିରେନ୍ଦ୍ର ବେହେରା,ସୁରଥ ପଟ୍ଟନାୟକ, ଚିତ୍ତରଞ୍ଜନ ମହନ୍ତ , କେଦାର ନାଥ ବାରିକ , ନିଗମା ନନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବାଲାଜି ସେଠୀ ଙ୍କ କବିତା ଦେହ ଆଉ ମନ 

Sunil Chandra Nayak

ପ୍ରସନ୍ନ କୁମାର ସାହୁ ଙ୍କ କବିତା ଏମିତି କାହିଁକି ହୁଏ?

Sunil Chandra Nayak

ଭବାନୀପାଟଣା ଓ ଲାଞ୍ଜିଗଡ ବ୍ଳକରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ 

Sunil Chandra Nayak

Leave a Comment

error: Content is protected !!