ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶହୀଦ ବାଜିରାଉତଙ୍କ ଜନ୍ମ ତିଥି ଠାରୁ ପୁଣ୍ୟ ତିଥି ପର୍ଯ୍ୟନ୍ତ ଆପ୍ ର ଜନ ସମ୍ପର୍କ ଯାତ୍ରା

କାମାକ୍ଷାନଗର (ମ.ନି.ସ.) ୦୫/୧୦_ ଭାରତ ର ସର୍ବ କନିଷ୍ଠ ଶହୀଦ ବାଜିରାଉତଙ୍କ ଜନ୍ମ ଏବଂ ପୁଣ୍ୟ ତିଥିକୁ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧ ସପ୍ତାହ ଭାବରେ ପାଳନ କରିବା ଉଦ୍ଦେଶ୍ୟରେ ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ଜନ ସଚେତନ ଯାତ୍ରା ବାଜିରାଉତଙ୍କ ଜନ୍ମସ୍ଥାନ ଭୁବନ ବ୍ଲକ ନୀଳକଣ୍ଠପୁର ଠାରୁ ଆରମ୍ଭ ହୋଇଛି l ଏକ ଚାରିଚକିଆ ଯାନର ଚତୁର୍ପାଶ୍ୱରେ ଆପ୍ ର ଦିଲ୍ଲୀ ମଡେଲକୁ ଲିପିବଦ୍ଧ କରି ଜିଲ୍ଲାର ପ୍ରତ୍ୟେକ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ କରାଯାଇଛି l ପ୍ରଥମ ଦିନ ବାଜିରାଉତଙ୍କ ପିଲା ଦିନର ସାଙ୍ଗ କାହ୍ନୁଚରଣ ମଲିକ ଶହୀଦ ବାଜିରାଉତଙ୍କ ଖେଳିବା, ବୁଲିବା କଥା ମାନେ ପକାଇ ଆଖିରୁ ଦୁଇ ଧାର ଲୁହ ବୁହାଇ ଥିଲେ l ଜିଲ୍ଲା ଆବାହକ ପଙ୍କଜ ନାୟକ, ଉପସଭାପତି ପର୍ଶୁରାମ ମହାଭୋଇ, ସମ୍ପାଦକ ବିଷ୍ଣୁପ୍ରସାଦ ପଣ୍ଡା, ପର୍ଜଙ୍ଗ ବ୍ଲକ ସଭାପତି ପ୍ରକାଶ ବିଶ୍ୱାଳ, ଇଂ ପିତାମ୍ବର ଦାସ ପ୍ରମୁଖ ଯୋଗଦେଇ ସହିଦଙ୍କ ସ୍ମୃତି ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ l ଯାତ୍ରାର ସଂଯୋଜକ ଭାବେ ମିଡ଼ିଆ ପ୍ରଭାରୀ ଜିତେନ୍ଦ୍ର ବେହେରା ଓ ଯୁବ ଉପସଭାପତି ବିଭୁତି ପ୍ରଧାନଙ୍କ ସହିତ ଅନିଲ ସାମଲ, ଚୈତନ୍ୟ ମହାରଣା, ମଧୁସୂଦନ ମଲିକ, କୃଷ୍ଣଚନ୍ଦ୍ର ମିଶ୍ର, ନିରାକାର ସାହୁ, ପ୍ରହ୍ଲାଦ ସାହୁ ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇଛନ୍ତି l ଚଳିତ ମାସ ୫ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଢେଙ୍କାନାଳର ସମସ୍ତ ପଞ୍ଚାୟତରେ ଏହି ଯାତ୍ରା ପହଂଚିବ ଏବଂ ବାଜିରାଉତଙ୍କ ଶହୀଦ ଦିବସ ଆସନ୍ତା ୧୧ ତାରିଖ ଦିନ ବାଜିଚୌକ ସ୍ଥିତ ଶହୀଦ ସ୍ତମ୍ଭ ଠାରେ ଉଦଯାପନୀ ସମାରୋହ ପାଳନ କରାଯିବାର କାର୍ଯ୍ୟକ୍ରମ ରହିଛି। ଦୁର୍ନୀତି ଓ ଭ୍ରଷ୍ଟାଚାରର ମୁଳୋତ୍ପାଟନ କରି ନୂତନ ଓଡିଶା ଗଢିବାପାଇଁ ଦଳରେ ଯୋଗଦାନ କରିବା ଓ ଯାତ୍ରାକୁ ସଫଳ କରିବାପାଇଁ ଜିଲ୍ଲା ଆବାହକ ଶ୍ରୀ ନାୟକ ଜିଲ୍ଲାର ସମସ୍ତ ଜନସାଧାରଣ ମାନଙ୍କୁ ଅନୁରୋଧ କରିଛନ୍ତି ।

କାମାକ୍ଷନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଜୁନାଗଡ଼ ପେକ୍ସ ସଭାପତି ଦାୟିତ୍ୱ ନେଲେ ସୁଧାଂଶୁ ବରାଡ଼

କଂଗ୍ରେସ ଅଧକ୍ଷ ପାର୍ଥି ପ୍ରଭାତ ଦାଶ ଙ୍କ ପ୍ରଚାର ଧୂଆଁଧାର

Sunil Chandra Nayak

ଚନ୍ଦାହାଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ “ସ୍ୱଚ୍ଛତା ହିଁ ସେବା”କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!