ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧୁଳିଗୁଡା ଗ୍ରାମରେ ମାଁ ଦୁର୍ଗାଙ୍କ କଣ୍ଟା ଦୋଳି ବସା ଉତ୍ସବ ଅନୁଷ୍ଠିତ

ଥୁଆମୂଳ ରାମପୁର:୦୬/୧୦ – ( ମନିସ)  ରାମପୁର ବ୍ଳକର ବିଭିନ୍ନ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ମହାସମୋରୋହରେ ପାଳିତି ହୋଇ ଥିବାବେଳେ ବିଭିନ୍ନ ଦେବୀ ଙ୍କ ଶକ୍ତି ପୀଠରେ ପୂଜାର୍ଚ୍ଚନା ମୁଖରିତ ହୋଇ ଉଠିଥିଲା। ବିଜୟ ଦଶମୀ ଅବସରରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ କାଣିଗୁମା ଗ୍ରାମପଞ୍ଚାୟତ ଅଧିନରେ ଥିବା ଧୂଳିଗୁଡା ଗ୍ରାମରେ ମାଁ ଦୁର୍ଗା ଙ୍କ ପୀଠରେ କଣ୍ଟା ଦୋଳି ବସା ଉତ୍ସବ ମହାସମୋରୋହରେ ଅନୁଷ୍ଠିତ ହୋଇଯାଇଛି। କଣ୍ଟା ଦୋଳି ବସା ଉତ୍ସବ ବିଧି ବିଧାନ ସହକାରେ ଆୟୋଜନ କରାଯାଇଥିଲା। ଗ୍ରାମରେ ଥିବା ଦୁର୍ଗତୀ ନାଶିନୀ ମାଁ ଦୁର୍ଗା ଙ୍କ ପୀଠରେ ଉତ୍ସବ ମୁଖରିତ ହୋଇଉଠିଥିଲା। ଶହ ଶହ ଶ୍ରଦ୍ଧାଳୁ ଙ୍କ ସମାଗମ ଭିତରେ ମାଁଙ୍କ କାଳିସି ଗାଁର ମୂଖ୍ଯ ପୂଝାରୀ ଶ୍ରୀ ମଳୟ ମାଝୀ ଙ୍କୁ ଲାଗିଥିଲା। ମାଁଙ୍କ କାଳିସି ଲାଗିବା ପରେ ପୂଜାର୍ଚ୍ଚନା ପୂର୍ବକ ସହର ପରିକ୍ରମା ରେ ମାଁ ଦୁର୍ଗା ବାହାରି କଣ୍ଟା ଦୋଳି ନିକଟରେ ପହଞ୍ଚି ଭକ୍ତ ଙ୍କ ଗହଣରେ କଣ୍ଟା ଦୋଳିରେ ଝୁଳିଝୁଳି ଭକ୍ତଙ୍କୁ ଦର୍ଶନ ଦେଇ ଭକ୍ତଙ୍କ ହାରିଗୁହାରି ଶୁଣି ଆର୍ଶୀବାଦ ପ୍ରଦାନ କରିଥିଲେ। ମାନସିକ ଧାରି ନିଜନିଜ ମାନସିକ ପୂରଣ ନେଇ ମାଁଙ୍କ ନିକଟରେ ବିଭିନ୍ନ ପ୍ରକାର ଗୃହପାଳିତ ପଶୁପକ୍ଷୀ ଙ୍କୁ ଭେଟି ଦେଇଥିଲେ। ମୁଖରିତ ହୋଇଥିଲା ଧୂଳିଗୁଡା ଗ୍ରାମରେ ଭକ୍ତଙ୍କ ଭାବବିହ୍ବଳ ଦୃଶ୍ୟ ଅତି ମନରୋମ ପରିବେଶ ସୃଷ୍ଟି କରିଥିଲା। ମାଁଙ୍କ କାଳିସି ଲାଗିବା ପରେ ଭକ୍ତଙ୍କ ଭକ୍ତି ଭାବ ଆହୁରି ଦ୍ବିଗୁଣିତ ହୋଇଥିଲା। ହୃଳହୁଳି ଘଣ୍ଟଘଣ୍ଟା ବାଦ୍ଯରେ ପ୍ରକମ୍ପିତ ହୋଇଉଠିଥିଲା ମାଁଙ୍କ ପୀଠ। ମାଁଙ୍କ କଣ୍ଟା ଦୋଳି ବସା ଉତ୍ସବ ୪ ବର୍ଷ ହେଲାଣି ଧୂଳିଗୁଡା ଗ୍ରାମ ଦୁର୍ଗା ଙ୍କ ପୀଠରେ ପାଳିତ ହୋଇଆସୁଛି। ଏହି ଉତ୍ସବ କୁ ଗ୍ରାମର ବାବା ଖଣ୍ତୁଆଳ ଦେବଙ୍କ ପୂଜା କମିଟି ଯାତ୍ରାଟିକୁ ଆୟୋଜନ କରି ଆସୁଥିବାବେଳେ ଚଳିତ ବର୍ଷ ଏହି ଦିନ ମଧ୍ୟ ପୂଜାକମିଟି ଦ୍ଵାରା ଆୟୋଜନ କରାଯାଇଥିଲା। ସହଯୋଗ କରିଥିଲେ ସମସ୍ତ ଗ୍ରାମବାସୀ। ବିଶ୍ୱାସ ରହିଅଛି ଯେ, ମାନସିକ ଧାରିଙ୍କ ମନସ୍କାମନା ମାଁ ଶିଘ୍ର ପୂରଣ କରୁଛନ୍ତି। ସେନେଇ ଲୋକେ ବିଶ୍ୱାସ ସହକାରେ ଏହି ଦିନରେ ମାଁଙ୍କ ଦର୍ଶନ ନେଇ ଭକ୍ତଙ୍କ ସମାଗମ ଅଧିକ ହୋଇଥାଏ। ରାତ୍ରରେ ଭକ୍ତଙ୍କ ମନୋରଞ୍ଜନ ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଥୁଆମୂଳ ରାମପୁର ବ୍ଲକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ନିର୍ମାଣଧୀନ କାନ୍ଥ ତାଜା ପଡ଼ି ପୁତ୍ରବଧୂ ମୃତ, ଶଶୁର ଗୁରୁତର

Sunil Chandra Nayak

କେନାଲ ପରିଦର୍ଶନ କଲେ ଜଳସେଚନ ବିଭାଗ ଅତିରିକ୍ତ ସଚିବ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଆଜିର ତାଜା ଖବର

Leave a Comment

error: Content is protected !!