ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କେଲା ରେ ଶାରଦୀୟ ନବରାତ୍ରୀ ପୂଜା ସହ ଭଷାଣି ଯାତ୍ରା ସମାପନ

ଉତ୍କେଲା,୦୬୧୦, (ମ ନି ସ)  କେସିଙ୍ଗା ବ୍ଲକ ଉତ୍କେଲା ଠାରେ ଶାରଦୀୟ ନବରାତ୍ରୀ ପୁଜା ମହା ଆଡମ୍ବର ରେ ପାଲିତ ହୋଇଯାଇଛି। ପୂଜା ର ଆରମ୍ଭ ଦିନ ଠାରୁ ମନୋରଞ୍ଜନ କାର୍ଯ୍ୟକ୍ରମ ମାନ ରାତ୍ର ମାନଙ୍କରେ ରଖାଯାଇଥିଲା। ପ୍ରଥମ ଦିନ କାର୍ଯ୍ୟକ୍ରମରେ କେସିଙ୍ଗା ବୃନ୍ଦାବନ ସାସ୍କୃତିକ ଅନୁଷ୍ଠାନ ଦ୍ବାରା ମେଲୋଡି,ଦ୍ବିତୀୟ ଦିନରେ ଦଣ୍ଡ ନୃତ୍ୟ,ତୃତୀୟ ଦିନରେ ମହାନ କାଳ୍ପନିକ ନାଟକ,ଚତୁର୍ଥ ଦିନରେ ମେଲୋଡି କାର୍ଯ୍ୟକ୍ରମ, ପଞ୍ଚମ ଦିନରେ,ଡ୍ୟାନସ ଡ୍ୟାନସ ଧମାକା,ଏବଂ ଶେଷ ଦିବସରେ ମହାନ ଆକର୍ଷଣ ରାବଣ ପୋଡି ସହ ସମ୍ବଳପୁରିଆ ବଜାଶାଲ ରଖାଯାଇଥିଲା। ପୂଜା ର ସଭାପତି ଶ୍ରୀ ରୁପଚାନ୍ଧ ଜୈନ,ସମ୍ପାଦକ ତ୍ରିନାଥ ମାଝୀ ,ଉପସଭାପତି ରାଜକୁମାର ଅଗ୍ରଓ୍ବାଲ, ସହ ସମ୍ପାଦକ ଅର୍ଜୁନ ପୋଢ ଙ୍କ ସମେତ ବଲଦେବ ପୁରୋହିତ,ଅଗସ୍ତି ସା,ଲାଲ ବାହାଦୁର ପୁଟେଲ,ନିଷିତ ରଞ୍ଜନ ନାଏକ,ବସନ୍ତ ପୁରୋହିତ,ଶଶିଧର ପୁଟେଲ,ଅଙ୍ଗଦ ସା,ପ୍ରବିନ ଜୈନ,ଭୁବନେ ନାଗ,ଗୌରବ ଜୈନ,ବ୍ରହ୍ମ ଗୋୟଲ,ବିବେକ କୁମାର ଜୈନ,ସୁଦର୍ଶନ ଭୋଇ,ଓ ସରପଞ୍ଚ ନରେନ୍ଧ୍ର ମାଝି ସମସ୍ତ ସଭ୍ୟ ତଥା ଉତ୍କେଲା ଫାଣ୍ଡି ଅଧିକାରୀ ପ୍ରେମରାଜ କଅଁର,ଏବଂ ଫାଣ୍ଡି ଷ୍ଟାଫ ଙ୍କ ସହଯୋଗ ରେ ଶାନ୍ତିଶୃଙ୍ଖଳାରେ ମାଁ ଙ୍କ ଭଷାଣି ଯାତ୍ରା ମଧ୍ୟ ସମାପନ ହୋଇଥିବାରୁ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ସଫଳା ଦାସ ଙ୍କ କବିତା ସ୍ନିଗ୍ଧଅନୁଭୂତି

Sunil Chandra Nayak

ଅଁଳା ଯୋଡ଼ି ରେଳ ଷ୍ଟେସନରେ ବିଦ୍ୟୁତ୍ ସ୍ପର୍ଶରେ ନାବାଳକ ଗୁରୁତର

Sunil Chandra Nayak

ଟେମରି ଗ୍ରାମ ପଞ୍ଚାୟତ ପ୍ରାଙ୍ଗଣରେ ସମ୍ବର୍ଦ୍ଧନା ଉତ୍ସବ

Sunil Chandra Nayak

Leave a Comment

error: Content is protected !!