ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମାଜସେବୀ ରମେଶ ବଳଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା

ରାଉରକେଲା/ ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଏକାଦଶାହ ଉପଲକ୍ଷେ ହନୁମାନ ବାଟିକାଠାରେ ପି ପି ରାୟଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହରବାସୀ ସ୍ବର୍ଗତ ବଳଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସୂଚନା ଯୋଗ୍ୟ ଯେ ରାଉରକେଲା ବାର ଆସୋସିଏସନର ପ୍ରାକ୍ତନ ସଭାପତି ରମେଶ ୧୭ଥର ସଭାପତି ପଦ ଓ ଥରେ ନଗରପାଳ ପଦ ଅଳଙ୍କୃତ କରି ସେବା ଯୋଗାଇଥିଲେ। ସଦାସର୍ବଦା ହସହସ ମୁଖ ଓ ଚଳଚଞ୍ଚଳ ଥିବା ସ୍ବର୍ଗତ ବଳ ଗତ ୨୭ ତାରିଖ ଦିନ ଆତ୍ମହତ୍ୟା କରିଥିଲେ।ଯାହା ସହରବାସୀଙ୍କୁ ସ୍ତମ୍ବିଭୂତ କରିଥିଲା। ତେବେ ଆଜିର ଏହି ଶ୍ରଦ୍ଧାଞ୍ଜଳି ସଭାରେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ,ନିହାର ରାୟ, ବିରେନ ସେନାପତି, ଧୀରେନ ସେନାପତି, ବିଚିତ୍ରାନନ୍ଦ ସାହୁ,ଅମୂଲ୍ୟ ଚରଣ ବରାଳ,ଡଃ ପୀତବାସ ମିଶ୍ର,ରାମାନନ୍ଦ ଶ୍ରୀଚନ୍ଦନ,ଓଡିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଶିଶିର ଦାସ ଓ ପଞ୍ଚାନନ ସେନାପତି, ମୀନତି ଦେବତା,କୀର୍ତ୍ତନ ସାମଲ, ବିମଳ ବିଶି, କୁଞ୍ଜବିହାରୀ ରାଉତ,ଶ୍ରଦ୍ଧା ଷଡଙ୍ଗୀ,ଶୈଳେନ୍ଦ୍ର ମହାନ୍ତି, ଅକ୍ଷୟ ଜେନା,ଅକ୍ଷୟ ଦାସ,ଫକୀର ପାଣି, କେ ଏନ ଚୌବେ,ସୁରେନ୍ଦ୍ର ରାଉତ,ଅକ୍ଷୟ ସାହୁ,ଜି ଏସ ପାହାଡି, ଶାନ୍ତନୁ ମୁଦୁଲି,ସୁରେଶ ପ୍ରଧାନ, ବିରେନ ପତି, ପ୍ରକାଶ ପାଶ୍ବାନ,ମାନିକ ଚୌଧୁରୀ, ଚକ୍ରାନ୍ତ ଜେନା, ରଞ୍ଜନ ଲେଙ୍କା,ଜଟାଧାରୀ ମାଝୀ, ରଞ୍ଜିତ ନାୟକ, ବେନୀ ସିଂହ, ସୁଦାମ ଦାଶ, ଭଗବାନ ରାଉତ, ସବିତା ଖାତୁନ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ,ବିଜୟ ବରାଳ, ଶମ୍ଭୁନାଥ ପରିଡା, ଭୁବନାନନ୍ଦ ବେହେରା ପ୍ରମୁଖ ଶତାଧିକ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ଅବସରରେ ସ୍ବର୍ଗତ ବଳଙ୍କ ପରିବାରର ଭାଇ ନରେଶ ଚନ୍ଦ୍ର ବଳ,ପୁତ୍ର କଳିଙ୍ଗ ସୀମାନ୍ତ ବଳ,ଉତ୍କଳ ବିଶାଳ ବଳ,ସଂଗ୍ରାମ କେଶରୀ ବଳ,ବିକ୍ରମ କେଶରୀ ବଳ, ଅନନ୍ତ ରାଉତ ଓ ପରିବାରର ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

 

Related posts

ଇଣ୍ଡୋ ନେପାଲ ଖୋଖୋ ଟ୍ରଫି ଜିତିଲେ ଖଡ଼ିଆଳ ଛାତ୍ର

Sunil Chandra Nayak

ନାବାଳିକାଙ୍କ ଉନ୍ମତ କାଣ୍ଡ , ଆମ୍ବ ଗଛ ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ , ଅଗ୍ନିସମ ବିଭାଗ ଦ୍ଵାରା ଉଦ୍ଧାର

Sunil Chandra Nayak

ଲାଞ୍ଜିଗଡ଼ ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତା ରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!