ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଦମ୍ବରୀ ମହାଖୁଡ଼ ଙ୍କ କବିତା ଜନ୍ମଦାତ୍ରୀ ମା 

ଜନ୍ମଦାତ୍ରୀ ମା 

କାଦମ୍ବରୀ ମହାଖୁଡ଼

ତ୍ୟାଗ ମୂର୍ତ୍ତିମନ୍ତ ବାସ୍ତବ ପ୍ରତୀକ 
ପରିବ୍ୟାପ୍ତ ଯାର ସୀମା ,
ଆତ୍ମା ପରମାତ୍ମା ମଧ୍ୟର ଇଶ୍ୱର 
ଜନ୍ମଦାତ୍ରୀ ଆମ ମା ….. ||
ଯାର କୋଳଭରା ଶାନ୍ତିର ପଲଙ୍କ 
ସେ ଶବ୍ଦ ଅସୀମର ସ୍ୱର୍ଣ୍ଣା ,
ପଣତର କାନି ମୋହବୋଳା ଅଙ୍କ 
ହିସାବ ବିହୀନ ବର୍ଣ୍ଣା…. ||
ଉତ୍ସର୍ଗ ଅର୍ଥର ପରାକାଷ୍ଠା ଶ୍ରେଷ୍ଠ  
ଆଦ୍ୟ ପୂଜୟନୀ ମା ,
ସ୍ନେହ ଗନ୍ତାଘର ହୃଦୟର ପୃଷ୍ଠ
ସେ ସର୍ବଦା ଡାକେ ଆ…… ||
ପୃଥିବୀ ଠାରୁ ବିଶାଳ ତାକୋଳ
ଚିର ବନ୍ଦୟିନୀ ମା ,
କୋମଳ, ସରଳ ମମତାର ବଳ 
ବିପଦେ ତା ସ୍ନେହ ସାହା…||
ଦେବୀତୁଲ୍ୟ ତାର ଅମାପର ରାସ୍ତା 
ସ୍ନେହମୟୀ ଯାର ନାଁ ,
ବୟସ ଲହଡି ହେଉ ଯେତେ ଶସ୍ତା 
କହେ ନାହିଁ କେବେ ଯା ….. ||
ମା , ବୋଉ, ଆମା , ମମି ତାର ଶବ୍ଦ 
ଅର୍ଥ ଯେ ଗୋଟିଏ ମା ,
ଦ୍ୱିତୀୟ ଈଶ୍ୱର ସର୍ବ ଶ୍ରେଷ୍ଠ ବୀର 
ସମଜ୍ଞାନ ମଣି ମା … ||

ଗୁଡ଼ିଆନାଳି , ଢେ଼ଙ୍କାନାଳ

Related posts

ଶ୍ରୀମଦ ନାମଚାର୍ଯ୍ୟ ବାୟା ବାବା ଙ୍କ 125 ତମ ଜନ୍ମ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତ ବୈଠକ 

Sunil Chandra Nayak

ନୂଆପଡା ଜିଲ୍ଲାପାଳ ଙ୍କ ଉପାନ୍ତ ଅଞ୍ଚଳ ଗସ୍ତ 

ରବୀନ୍ଦ୍ରକୁମାର ବେହେରା ଙ୍କ ଗଳ୍ପ ଏଇ ଟୋପାଏ ସିନ୍ଦୂର ପାଇଁ

Sunil Chandra Nayak

Leave a Comment

error: Content is protected !!