ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତିରିଂରେ ହିନ୍ଦୁ -ମୁସଲମାନ ମିଶି ଦୁର୍ଗାପୂଜା

 ମୟୂରଭଞ୍ଜ -୮/୧୦/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଂ ଥାନା ଅନ୍ତର୍ଗତ ତିରିଂ ଗାଁ ।ଏଠାରେ ୧୯୫୫ ମସିହାରୁ ଦୁର୍ଗା ପୂଜା ପାଳନ ହୋଇ ଆସୁଥିଲା ।ମଝିରେ କିଛି ବର୍ଷ ଦୁର୍ଗାପୂଜା ବନ୍ଦ ଥିଲା । ପରେ ୧୯୮୦ ମସିହାରୁ ତିରିଂ ଅଂଚଳର ବୀଶିଷ୍ଟ ସମାଜ ସେବୀ ମୁସଲମାନ ସଂପ୍ରଦାୟର ନବାବ୍‌ ଅଲ୍ଲୀ ଖାଁ ଙ୍କ ପ୍ରଚେଷ୍ଟାରେ ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ହିନ୍ଦୁ,ମୁସଲମାନ ତଥା ସମସ୍ତ ସଂପ୍ରଦାୟର ଲୋକଙ୍କୁ ଏକାଠି କରି ଭାଇଚାରାର ଦୁର୍ଗାପୂଜା ପାଳନ କରାଯାଇ ଆସୁଛି ।ତାଙ୍କ ଦେହାନ୍ତରେ ତାଙ୍କ ସୁପୁତ୍ର ମହମ୍ମଦ ଅଲ୍ଲୀ ଖାଁ ଦୁର୍ଗାପୂଜାର ଦାୟିତ୍ଵ ସଂପାଦକ ଭାବରେ ତୁଲାଇ ଆସୁଛନ୍ତି ।ଯୁବ ସମାଜସେବୀ ବଳଦେବ ହେମ୍ବ୍ରମ (ଵାଣଜୁ) ପୂଜା କମିଟି ଅଧ୍ଯକ୍ଷ,ସଂପାଦକ ବରିଷ୍ଠ କଂଗ୍ରେସ ନେତା ଭାଗିରଥି ପାତ୍ର ପୂଜାର ସମସ୍ତ ମୁଖ୍ୟ ଦାୟିତ୍ଵ ନିଭାଇଛନ୍ତି । ମୁଖ୍ୟ ପୂଜକ ଭାବେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ବିନାୟକ ଶରଣ, ସହଯୋଗୀ ମୃତ୍ୟୁଞ୍ଜୟ ଶରଣ, ମହେଶ୍ବର ପତି,ଶମ୍ଭୁନାଥ ପରମାଣିକ,, ରବୀନ୍ଦ୍ର ନାଥ ସାହୁ ପ୍ରମୁଖ ପୂଜା ଦାୟିତ୍ୱ ସୂଚାରୁରୂପେ ନିଭାଇଥିବାବେଳେ କର୍ତ୍ତା ଭାବରେ ଶୁଭେନ୍ଦୁ ସାମନ୍ତରାୟ ଏବଂ ତାଙ୍କ ସହଧର୍ମିଣୀ ଦାୟିତ୍ଵ ନିଭାଇଥିଲେ ।ସିମାନ୍ତ ଝାଡଖଣ୍ଡ ରାଜ୍ୟର ଟାଟା ନଗର,ହାତା,ହଳଦୀ ପୋଖରୀ,ଷଢେ଼ଇକଳା,ରାଜନଗର, ଚକ୍ରଧରପୁର ଅଂଚଳରୁ ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ପାଇଁ ଛୁଟି ଆସିଥିଲେ । ପୂଜା ପରିଚାଳନାରେ ଜଗନ୍ନାଥ ବାରିକ,ଶଙ୍କର ଲାଲ କ୍ଷେତ୍ରୀ,ଜୟ ଟୁଡୁ,କାଳିପଦ ମହାନ୍ତ, ନରେନ୍ଦ୍ର ଦାସ, ନବୀନ ଦାସ,ଦୁର୍ଲଭ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶୁକ୍ରବାର ଦିନ ଆଦିବାସୀ ଡ୍ରାମା ଆୟୋଜନ କରାଯାଇଛି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଭାରସାମ୍ୟ ହରାଇ ପଥରରେ ପିଟିହେଲେ ବାଇକ ଚାଳକ : ଗାଡି ଚାଳକଙ୍କୁ ଜିଲ୍ଲା ଚିକିତ୍ସାଲୟରେ ଭର୍ତି

Sunil Chandra Nayak

ରାଷ୍ଟ୍ରୀୟ ବେରୋଜଗାର ଦିବସ ପାଳିତ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ମାଗୁ ଅଛି ପ୍ରଭୁ ଶରଣ

Sunil Chandra Nayak

Leave a Comment

error: Content is protected !!