ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ

ବାଲେଶ୍ଵର,୦୭/୧୦/୨୨- ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କୁପାରୀ ଅମ୍ବିକା ଉଦାସୀନ ଆଶ୍ରମ ପରିସରରେ ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଂଘର ଷୋଡଶତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରଫୁଲ୍ଲ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଉଦଘାଟକ ଭାବେ ଆଶ୍ରମର ବାବା ଶୁଭେନ୍ଦୁ ମୁନୀ ଉଦାସୀନ ଯୋଗଦେଇ ସଂଘର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ବହୁ ସୁନ୍ଦର ଉପାଦେୟ ମୂଳକ ବକ୍ତବ୍ୟ ଓ ପରାମର୍ଶ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ବନମାଳୀ ନାୟକ, ମୁଖ୍ୟବକ୍ତା ଭାବେ ନିଖିଳ ଉତ୍କଳ ଅବସରପ୍ରାପ୍ତ ନିମ୍ନ ମାଧ୍ୟମିକ ଶିକ୍ଷକ ମଞ୍ଚ ସମ୍ପାଦକ ପ୍ରକାଶ ଚନ୍ଦ୍ର ଜେନା, ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସମ୍ପାଦକ ବସନ୍ତ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ଭାରତୀୟ ଷ୍ଟେଟବ୍ୟାଙ୍କ କୁପାରୀ ଶାଖା ପରିଚାଳକ ଭୁବନାନନ୍ଦ ପାଣିଗ୍ରାହୀ, ନିଖିଳ ଉତ୍କଳ ଅବସରପ୍ରାପ୍ତ ନିମ୍ନ ମାଧ୍ୟମିକ ଶିକ୍ଷକ ମଞ୍ଚ ମୁଖ୍ୟ ଉପଦେଷ୍ଟା ମାଧବ ବିଶ୍ବାଳ ଏବଂ ନିଖିଳ ଉତ୍କଳ ଅବସରପ୍ରାପ୍ତ ନିମ୍ନ ମାଧ୍ୟମିକ ଶିକ୍ଷକ ମଞ୍ଚ ସଭାପତି ଭାଗ୍ଯଧର ପ୍ରଧାନ ପ୍ରମୁଖ ମଞ୍ଚାସୀନ ହୋଇ ସଂଘର ସ୍ଥିତି, ପରିସ୍ଥିତି, ଅବସ୍ଥିତି ଓ ଭବିଷ୍ୟତ କାର୍ଯ୍ୟଧାରା ବିଷୟରେ ଆଲୋକପାତ କରିଥିଲେ । ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ବାର୍ଷିକ ମୁଖପତ୍ର ଅପରାହ୍ଣ ଉନ୍ମୋଚିତ ହୋଇଥିଲା । ସଂଘ ତରଫରୁ କରାଯାଉଥିବା ସମାଜସେବା କାର୍ଯ୍ୟକ୍ରମକୁ ସମସ୍ତ ଅତିଥିମାନେ ଉଚ୍ଚ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଆହୁରି ଅଧିକ ଓ ଉନ୍ନତ ଧରଣର କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ପ୍ରତିଭା ଏବଂ ଅନ୍ୟାନ୍ୟ ପ୍ରତିଭାଧାରୀ ମାନଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ମଞ୍ଚାସୀନ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ପଞ୍ଜିକରଣ ଦାୟିତ୍ୱରେ ଥିଲେ ଭରତ ଚନ୍ଦ୍ର ଦାସ ଓ ଗୋଲକ ପ୍ରସାଦ ନାୟକ । ବାର୍ଷିକ ବିବରଣୀ ପାଠ କରିଥିଲେ ସଂଘର ସାଧାରଣ ସଂପାଦକ ଶତ୍ରୁଘ୍ନ ଦାସ । ଶେଷରେ ଧନ୍ୟବାଦ ଅର୍ପଣ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ସଂଘର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସାହାଯ୍ୟ ଓ ସହଯୋଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବନ ବିଭାଗର ମନରେଗା ଅର୍ଥର ଦୁରୁପଯୋଗ 

Sunil Chandra Nayak

ଆମ ଗୁହାରୀ ସରକାର ଶୁଣିଲେ ନାହିଁ ବୋଲି ତିଆରି କଲୁ ଅସ୍ଥାୟୀ କାଠ ପୋଲ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!