ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚତୁର୍ଥ ଶ୍ରେଣୀ କର୍ମଚାରୀ ଙ୍କ ପରଲୋକ 

କାମାକ୍ଷାନଗର (ମସିହା ନିଉଜ୍) ଆଜି କାନପୁରା ସ୍ଥିତ ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ବିଜ୍ଞନ ବିଭାଗ ର ପିଅନ ଚନ୍ଦନ ରାଉତ ଙ୍କ ର ଅକାଳରେ ବିୟୋଗ ଘଟିଛି । ତାଙ୍କ ଛାତି ରେ ହଟାତ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ଅପରାହ୍ନ ରେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ କୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ହୃଦ ଘାତ ଜନିତ ମୃତ୍ୟୁ ବୋଲି ଘୋଷଣା କରିଥିଲେ । ବିଦ୍ୟାଳୟ ର ଜଣେ କର୍ତଵ୍ୟନିଷ୍ଠ କର୍ମଚାରୀ ଭାବେ ସେ କାର୍ଯ୍ୟ କରୁଥିଲେ । ତାଙ୍କ ବିୟୋଗ ରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ , ଶିକ୍ଷା କର୍ମଚାରୀ ମହଲରେ ତଥା କାନପୁରା ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

କାମାକ୍ଷନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଦୁର୍ଘଟଣାରେ ଯୁବକ ମୃତ

ପ୍ରତିମା ଶତପଥି ଙ୍କ କବିତା ସମ୍ପର୍କ

Sunil Chandra Nayak

ତାଳଚେର ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଗଣ ଧାରଣା

Sunil Chandra Nayak

Leave a Comment

error: Content is protected !!