ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରକାରୀ ଜମିକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

କାମାକ୍ଷନଗର (ମ.ନି.ସ) ୧୧/୧୦: ପରଜଙ୍ଗ ଥାନା ଦଶୀପୁର ଗ୍ରାମରେ ସରକାରୀ ଜମିକୁ ନେଇ ସାଧାରଣ ବର୍ଗ ଓ ଅନୁସୂଚିତ ଜାତି ର ବର୍ଗ ଭିତରେ ବୋମା ସହିତ ଠେଲା ପଥର ମାଡରେ ଜଣେ ଆହାତ । ସୂଚନା ମୁତାବକ ଏକ ସରକାରୀ ଜମି ଉପରେ ଆଜିକୁ ପ୍ରାୟ କିଛି ବର୍ଷ ହେବ ଦଶୀପୁର ଗ୍ରାମର ଗଦାଧର ସ୍ୱାଇଁ ଘର କରି ରହି ଆସୁଛନ୍ତି । ମଙ୍ଗଳବାର ଦିନ ସକାଳୁ ଘର ର ଚାରି ପାଖରେ ଥିବା ଗଛରେ ତାର ବାଡା ଦେଉଥିଲେ । ସେହି ତାରବାଡ କୁ ବିରୋଧ କରି ନାଏକ ସାହିର କିଛି ପରିବାର ଲୋକେ ଆସି ବିରୋଧ କରିଥିଲେ । ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଭୟଙ୍କର ରୂପ ନେଇଥିଲା । ଗଣ୍ଡଗୋଳ ଭିତରେ କୈଣସି ଏକ ଜୈନିକ ବ୍ୟକ୍ତି ବୋମାମାଡ କରିଥିବା ବେଳେ କତୁ ନାଏକଙ୍କ ଉପରେ ପଡିବାରୁ ତାଙ୍କ ଗୋଡ ଆହାତ ହୋଇଛି । ଖବରପାଇ ପରଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଣ୍ଡଗୋଳ କୁ ନିଜ ଆୟତକୁ ନେଇଥିଲେ । ବର୍ତମାନ ପରିସ୍ଥିତି ସ୍ବାଭାବିକ ଅଛି । ଉଭୟଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ବୋମା ବିସ୍ଫୋରଣୋ ଓ ଘଟଣା ଉପରେ ଅନୁଧ୍ୟାନ ଚାଲିଛି, ତଦନ୍ତ ଜାରି ରହିଛି ବୋଲି ପରଜଙ୍ଗ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

କାମାକ୍ଷନଗର ଉପଖଣ୍ଡ ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଉତ୍କଳମଣି ସେବାସଂସ୍ଥାର ଜଳଛତ୍ର

Sunil Chandra Nayak

କଳାହାଣ୍ଡି ଜ଼ିଲ୍ଲା ବିଜୁ ମହିଳା ମୋର୍ଚ୍ଚା ତରଫରୁ ସରବତ ପାଣି ବଣ୍ଟନ

ସହଦେଵ ପରିଡ଼ା ଙ୍କ ଭଜନ

Sunil Chandra Nayak

Leave a Comment

error: Content is protected !!