ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ଅବସରରେ ଶୃଙ୍ଖଳିତ ଟ୍ରଫିକ୍ ଓ ପାକିଂ ବ୍ୟବସ୍ଥା ନିମନ୍ତେ ବୈଠକ ଅନୁଷ୍ଠିତ 

ପ୍ରସିଦ୍ଧ ଲକ୍ଷ୍ମୀ ପୂଜା ପୁର୍ବ ରୁ ପ୍ରସ୍ତୁତି ବୈଠକ 

ଢେଙ୍କାନାଳ (ମ ନି ସ) ୦୭ l ୧୦- ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖ୍ ଟ୍ରଫିକ୍ ବ୍ୟବସ୍ଥା କୁ ଶୃଙ୍ଖଳିତ କରିବା ନିମନ୍ତେ ଆଜି ପୁରୁଣା ଜିଲ୍ଲା ପରିଷଦ ସମ୍ମିଳନୀ ସଭାଗୃହ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆରକ୍ଷୀ ଅଧୀକ୍ଷକ ଶ୍ରୀମତୀ ଲୋଗାନୟାଗୀ ଦିବ୍ୟା ଭି . ଅଧ୍ୟକ୍ଷତା କରି ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ଅବସରରେ ଶୃଙ୍ଖଳିତ ଟ୍ରଫିକ୍ ବ୍ୟବସ୍ଥା ସମ୍ପର୍କରେ ସମସ୍ତ ଲକ୍ଷ୍ମୀପୂଜା ପ୍ରତିଷ୍ଠାନର କର୍ମକର୍ତ୍ତାମାନଙ୍କ ସହିତ ଆଲୋଚନା କରିଛନ୍ତି । ଜନସାଧାରଣଙ୍କ ଯାତାୟାତର ସୁବିଧା ନିମନ୍ତେ ପ୍ରଶାସନ ପକ୍ଷରୁ ବିହିତ ବ୍ୟବସ୍ଥା କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି । ଶାନ୍ତି – ଶୃଙ୍ଖଳା ରକ୍ଷା ଓ ଜନସାଧାରଣଙ୍କ ଯାତାୟାତର ସୁବିଧା ନିମନ୍ତେ ଆରକ୍ଷୀ ଅଧୀକ୍ଷକ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିବାକୁ ଥିବା ଜନସାଧାରଣ ଯାନବାହାନ ରଖିବା ନିମନ୍ତେ ମହିଷାପାଟ ଛକ , କାଲଟାକ୍ସ , କଲେଜ ବାଇପାସ , ଦକ୍ଷିଣକାଳୀ ରୋଡ ପାର୍ଶ୍ଵ , ଉପଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ପାର୍ଶ୍ବ , ବଳରାମ ମନ୍ଦିର ପାର୍ଶ୍ଵ ଆଦିରେ ପାର୍କିଂ ବ୍ୟବସ୍ଥା ସମ୍ପର୍କରେ ଡି.ଏସ.ପି. , ଡି.ଆଇ.ବି. ଶ୍ରୀ ଅରୁଣ କୁମାର ସାହୁ ସୂଚନା ପ୍ରଦାନ କରିଥିଲେ । ଅଧିକ ସଂଖ୍ୟକ ପାକିଂ ଷ୍ଟାଣ୍ଡର ବ୍ୟବସ୍ଥା କରିବାକୁ ଲକ୍ଷ୍ମୀପୂଜା ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ବୈଠକରେ ପ୍ରସ୍ତାବ ରଖିଥିଲେ । ପ୍ରସ୍ତାବ ଅନୁଯାୟୀ ପୌର ନିର୍ବାହୀ ଅଧିକାରୀ , ପୋଲିସ କର୍ମକର୍ତ୍ତା ଓ ଲକ୍ଷ୍ମୀପୂଜା ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ପ୍ରତ୍ୟକ୍ଷ ଭାବେ ଯାଇ ଆଜି ନୂତନ ପାକିଂ ସ୍ଥାନ ନିରୂପଣ କରିବେ । ଅପରାହ୍ନ ୪ ଟା ରୁ ରାତ୍ର ୧୨ ଟା ପର୍ଯ୍ୟନ୍ତ ପର୍ମିଶନ | ପାସ ନଥିବା କୌଣସି ଗାଡିକୁ ବଜାର ରାସ୍ତାରେ ଯାତାୟାତ ନିମନ୍ତେ ଅନୁମତି ଦିଆଯିବ ନାହିଂ । ଯେ କୌଣସି ଗାଡି ପାର୍କିଂ ଷ୍ଟାଣ୍ଡରେ ଗାଡି ରଖୁବା ପାଇଁ ଦୁଇ ଚକିଆ ଯାନ ପାଇଁ ୨୦ ଟଙ୍କା ଏବଂ ଚାରି ଚକିଆ ଯାନ ପାଇଁ ୪୦ ଟଙ୍କା ଧାର୍ଯ୍ୟ କରାଯାଇଛି । ପ୍ରତ୍ୟେକ ପାକିଂ ଷ୍ଟାଣ୍ଡରେ ପ୍ରବେଶ ଓ ପ୍ରସ୍ଥାନ ନିମନ୍ତେ ପୃଥକ ଭାବେ ଗେଟ୍ ସହ ଆଲୋକ ବ୍ୟବସ୍ଥା କରିବାକୁ କୁହାଯାଇଛି । ସମସ୍ତ ପୂଜା ପ୍ରତିଷ୍ଠାନର ସ୍ଵେଚ୍ଛାସେବୀ ମାନେ ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ସହଯୋଗ କରିବେ ବୋଲି ଜଣାଯାଇଛି । ସହର ମଧ୍ୟରୁ ସମସ୍ତ ବୁଲା ଗାଈ – ଗୋରୁ , ଷଣ୍ଢ ଆଦିଙ୍କୁ ସ୍ଥାନାନ୍ତରଣ କରିବାକୁ ପୌରପାଳିକାକୁ ପରାମର୍ଶ ଦିଆଯାଇଛି । ଗହଳିକୁ ଦୃଷ୍ଟିରେ ରଖୁ ଆସନ୍ତା ୯ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ସହର ମଧ୍ୟକୁ କୌଣସି ଯାତ୍ରୀବାହୀ ବସ୍ ଆଣିବେ ନାହିଂ ବୋଲି ବସ୍ ମାଲିକ ସଂଘ ପକ୍ଷରୁ ନିଷ୍ପତ୍ତି ହୋଇଛି । ଧାର୍ଯ୍ୟ ଭଡା ଦେଇ ସହର ମଧ୍ୟକୁ ଅଟେ । ସାହାଯ୍ୟରେ ଯାତ୍ରୀ ମାନେ ଆସିପାରିବେ ବୋଲି ଜଣାଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ( ସାଧାରଣ ) , ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧା ରାଣୀ ଧଳ , ପୌର ନିର୍ବାହୀ ଅଧ୍ବକାରୀ ଶ୍ରୀ ଅତନୁ କୁମାର ସାମନ୍ତ , ସଦର ବିଡିଓ ଶ୍ରୀ ସୁଧୀର କୁମାର ନାୟକ , ମିଳିତ ବଜାର ଲକ୍ଷ୍ମୀପୂଜା କମିଟିର ସଭାପତି ଶ୍ରୀ ଗୋପାଳ ଚନ୍ଦ୍ର ପାତ୍ର , ଶାନ୍ତି କମିଟି ସଭାପତି ଶ୍ରୀ ସୁଧାଂଶୁ କୁମାର ଦଳେଇ , ସମସ୍ତ ପୂଜା ପ୍ରତିଷ୍ଠାନର ସଭାପତି , ସମ୍ପାଦକ ଓ କର୍ମକର୍ତ୍ତାମାନେ ଯୋଗଦେଇ ଟ୍ରାଫିକ ଏବଂ ପାର୍କିଂ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ

Related posts

ଉତ୍ସାହ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ଶିକ୍ଷକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ମହେନ୍ଦ୍ର ପାଇଲେ ଡ. ଏସ ଏନ ସୁଵାରାଓ ରାଷ୍ଟ୍ରୀୟ ଶାନ୍ତି ଓ ସଦଭାବନା ପୁରସ୍କାର

Sunil Chandra Nayak

Leave a Comment

error: Content is protected !!