ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବରଙ୍ଗପୁର ଜିଲ୍ଲା ମହିଳା ମ୍ୟାଟ୍ରୋନ୍ ମହାସଙ୍ଘ ର ବୈଠକ

ନବରଙ୍ଗପୁର—ନବରଙ୍ଗପୁର ଜିଲ୍ଲା ଉମରକୋଟ ରାମ ମନ୍ଦିର ପରିସରରେ ନବରଙ୍ଗପୁର ଜିଲ୍ଲା ମହିଳା ମ୍ୟାଟ୍ରୋନ୍ ସଙ୍ଘର ଏକ ଜରୁରିକାଳୀନ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସରରେ ଜିଲ୍ଲା ସଭାପତି ପ୍ରମୋଦା କୁମାରୀ ବାଘଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ଉପଦେଷ୍ଟା ସାଧୁରାମ ଭତ୍ରା ଓ ରଞ୍ଜନ ବେହେରା,ଉପ- ସଭାପତି ବିଜୁଳି କବିରାଜ୍,କୋଷାଧକ୍ଷ ପାର୍ବତୀ ବିଶ୍ଵାଳ, ସଧାରଣ ସମ୍ପାଦକ ସରୋଜମାଳା ଗରଡା,ଯୁଗ୍ମ ସମ୍ପାଦକ ନର୍ମଦା ପରିଡା ଓ ଅନ୍ୟମାନେ ଉପସ୍ତିତ ରହି ଥିଲେ।ମ୍ୟାଟ୍ରୋନ ମାନେ ବିଦ୍ୟାଳୟରେ ୨୪ଘଣ୍ଟା ପରିଶ୍ରମ କରୁ ଥିବାବେଳେ ପାରିଶ୍ରମିକ ବାବଦକୁ ମାସିକ ୧୦ହଜାର ଟଙ୍କା ମିଳୁ ଥିବାରୁ ପରିବାର ଚଳାଇବା କଷ୍ଟକର ହୋଇ ପଡୁଛି।ଏଣୁ ମାସିକ ଦରମା ବ୍ରୁଦ୍ଧି କରାଯିବା ଓ ସେମାନଙ୍କ ଚାକିରି ରେ ସି ଏଲ୍ ଲାଗୁ କରାଯିବା ଉପରେ ବ୍ୟାପକ ଆଲୋଚନା କରାଯାଇ ରାଜ୍ୟ ସରକାରଙ୍କ ଦ୍ରୁଷ୍ଟି ଆକର୍ଷଣ ନେଇ ଗଣ ମାଧ୍ୟମରେ ସୁଚନା ଦେଇଥିଲେ। ଯଦି ସରକାର ମ୍ୟଟ୍ରୋନ ମାନଙ୍କ୍ ସମସ୍ୟା ର ସମାଧାନ ନ କରନ୍ତି ଆଗାମୀ ଦିନରେ ମ୍ୟାଟ୍ରୋନ୍ ମାନେ ରାଜ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟହେବେ ବୋଲି ସଙ୍ଘର କର୍ମକର୍ତ୍ତା ମତବ୍ୟକ୍ତ କରିଛନ୍ତି।

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

ସାହିତ୍ୟ ଅଗଣା

Sunil Chandra Nayak

ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ ତରଫରୁ  ମୃତକ ଙ୍କୁ ଶ୍ରଦ୍ଧାଞ୍ଜଳୀ ଓ ପରିବାରବର୍ଗକୁ ସମବେଦନା ଜ୍ଞାପନ

ଅଭିଯୋଗ ପରେ ଆରମ୍ଭ କଲା ଭିଜିଲାନ୍ସ ତଦନ୍ତ

Sunil Chandra Nayak

Leave a Comment

error: Content is protected !!