ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦ୍ରକଳା ଦେଵୀ ଙ୍କ କବିତା କୁଆଁରୀମାନଙ୍କ ଫୁଲବଉଳବେଣୀ ଗୀତ 

 କୁଆଁରୀ ମାନଙ୍କ ଫୁଲ   ବଉଳବେଣୀ ଗୀତ 

ଚନ୍ଦ୍ରକଳା ଦେଵୀ

କୁଆଁର ପୁନେଇଁ ଜହ୍ନଗୋ                                            
                   ଫୁଲ ବଉଳ ବେଣୀ |
ଓଡ଼ିଆ ସଂସ୍କୃତି ପ୍ରଥା ପରମ୍ପରା
ଅତୀବ ମହାନ ପୁଣି ଗୋ…………..|
ଶୁଭ୍ର ଶେଫାଳୀର ପୁଷ୍ପ ଗୋ………..|
ଅନିନ୍ଦ୍ୟ ସୁନ୍ଦରୀ ଶରତ ମୋହିନୀ
ରାତ୍ରୀରେ ଫୁଟଇ ପୁଣି ଗୋ………..|
ନୀଳ ଆକାଶ ନିର୍ମଳ ଗୋ………….|
ଡେଣା ଝଡିଝାଡ଼ି ବକ ପଂକ୍ତି ଗଣ 
ଆକାଶେ ଯାଆନ୍ତି ଉଡି ଗୋ………..|
ନଈକୂଳେ କାଶତଣ୍ଡି ଗୋ…………..|
କାଶତଣ୍ଡି ଫୁଲ ସ୍ୱାଗତ ଜଣାଏ
ପ୍ରକୃତି ରାଣୀକୁ ପୁଣି ଗୋ…………..|
କାଚକେନ୍ଦୁ ପରି ଜଳ ଗୋ………….|
ପୁଷ୍କରିଣୀ ଜଳେ ହଂସହଂସାରଳି
ଆନନ୍ଦେ ଵିହରେ ପୁଣି ଗୋ………..|
ସପ୍ତରଙ୍ଗି ଇନ୍ଦ୍ରଧନୁ ଗୋ…………….|
ଆକାଶ ବକ୍ଷରେ ଶୋଭା ପାଉଛନ୍ତି
ସତେ କେଡେ ମନଲୋଭା ଗୋ……|
ପ୍ରକୃତି ରାଣୀ ଶୋଭିତ ଗୋ………..|
ନବ ପଲ୍ଲବିତା ସବୁଜିମା ପାଟେ
ଦିଶେ କେଡେ ମନୋରମ ଗୋ…….|
ବାର ମାସେ ତେର ଯାତ ଗୋ……..|
ଅଶ୍ୱିନ ମାସରେ ଜହ୍ନି ଓଷା ବ୍ରତ
କୁମାରୀ କରନ୍ତି ମିଶି ଗୋ………….|
ଜହ୍ନି ଓଷା ବ୍ରତ କଥା ଗୋ………….|
ପାହାନ୍ତେ ଗାଧୋଇ ପୁଷ୍କରିଣୀ କୂଳେ
ଚାନ୍ଦକୁ ଖଇ ଅଞ୍ଜଳି ଗୋ…………..|
ବୃନ୍ଦାବତୀ ପାଶେ ମିଳି ଗୋ………..|
ନବ ବସ୍ତ୍ର ପିନ୍ଧି ବେଶଭୁଷା ହୋଇ
ସୂର୍ଯ୍ୟଙ୍କୁ ଖଇ ଅଞ୍ଜଳି ଗୋ………….|
ସାୟଂ କାଳେ ଚନ୍ଦ୍ର ପୂଜା ଗୋ………|
ପିଠା,ମିଠା,ଛେନା,ଫଳକୁ ମିଶାଇ
ଚାନ୍ଦକୁ ଗଢ଼ନ୍ତି ପୁଣି ଗୋ……………|
କୁମାରୀ ପୂର୍ଣ୍ଣିମା ଗୀତ ଗୋ…………|
ଚାନ୍ଦ ବନ୍ଦାପନା କୁମାରୀ କରନ୍ତି
ସରବେ ମିଶିଣ ପୁଣି ଗୋ…………..|
କୁମାରୀ କରେ ଗୁହାରୀ ଗୋ……….|
ମିଳୁ ଭଲ ଘର ମିଳୁ ଭଲ ବର
ଗଢିବି ସୁନା ସଂସାର ଗୋ………….|
କୁଆଁର ପୁନେଇଁ ଜହ୍ନ ଗୋ
                   ଫୁଲ ବଉଳ ବେଣୀ |

     ବନ୍ଧୁଗାଁ,କୋରାପୁଟ

Related posts

ଟାଙ୍ଗରା ପାହାଡ଼ ଇନ୍ଦ୍ରାବତୀ ଜଳ ଭଣ୍ଡାର ପାଇଁ ଆଗାମୀ ଦିନରେ ବିପଦ ସଂକେତ

Sunil Chandra Nayak

ଭର୍ଚୁଆଳ ମୋଡ ରେ କୋକସରା ବ୍ଲକର ୭ ସ୍ମାର୍ଟ ସ୍କୁଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଦୁର୍ଘଟଣା ଗସ୍ତ ଭେନରୁ ବୋତକ ବୋହି ନେଲେ ପଥଚାରି

Sunil Chandra Nayak

Leave a Comment

error: Content is protected !!