ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ଦାଶ ଙ୍କ କବିତା ନିରିମାଖି ଝିଅ 

  ନିରିମାଖି ଝିଅ 

       

           କବିତା ଦାଶ 

ଆଖିରେ ଆଖିଏ ସପନକୁ ମାଖି
     କୁଆଁର ପୁନେଇଁ ଆସିଛି ଆଜି
ସାଥୀ ସଙ୍ଗାତଏ ପୁଚି ଖେଳୁଛନ୍ତି 
       ପୁନେଇଁ ରାତିର ଜୋଛନେ ଭିଜି ।
ଚାରି ଚାରି ଭାଇ ଥାଇବି ତ ସିଏ 
       ଦଲାଲ୍ ହାତରେ ହେଉଛି ବିକି 
ନିରିମଖି ଝିଅ ଯାଏ ଦୂର ହୋଇ 
      ଆଖିର ଲୁହ କୁ ଆଖିରେ ଜାକି ।
ଗରିବ ଘରେ ତା ଜନମିବା ପାପ 
       ଝିଅ ହେବା ପୁଣି ଆହୁରି ବୋଝ 
ଛାଡ଼ି ଗାଆଁ ଭୂଇଁ ଯାଏ ବହୁ ଦୂର 
        ମେଣ୍ଟେଇବ କାହା ମନର ଭୋକ ।
କେଡ଼େ ସରାଗରେ ପୂଜିଥିଲା ଚାନ୍ଦ
      ଉପାସରେ ଚାନ୍ଦ ବେଳକୁ ଚାହିଁ 
ମନରେ କଳନା କରିଥିଲା କେତେ 
     ଚାନ୍ଦ ପରି ବର ପାଇବା ପାଇଁ ।
ମାଗି ନ ଥିଲା ସେ ସରଗର ଚାନ୍ଦ 
        ମାଗି ଥିଲା ସିଏ ଚାଖଣ୍ଡେ ଜାଗା 
ଦି ଓଳି ଦି ମୁଠା ଖାଇବାକୁ ଭାତ 
     ପିନ୍ଧିବା ପାଇଁକି ଖଣ୍ଡିଏ ଲୁଗା ।
 ଗୁମୁରି ଗୁମୁରି କାନ୍ଦୁଥିଲା କେତେ 
       ପାହାଡ଼ ଜଙ୍ଗଲ କୋଳରେ ବସି 
ଛେଳି ଜଗୁଥିଲା ବିଲେ ଖଟୁଥିଲା 
      ଦୁଃଖ ଭୁଲି ଟିକେ ଦିଅଇ ହସି ।
ସେଦିନ କୁଆଁର ପୁନେଇଁ ରାତିରେ 
       ଲିଭିଯାଇ ଥିଲା ତା ଓଠୁ ହସ 
ଭାଉଜ ମାନେ ତା ପେଡ଼ି କୁ ସଜାଇ 
     କହୁଥିଲେ ଝିଅ ଝଅଟ ଆସ ।
ବଉଳବେଣୀ ର ଗୀତ ଶୁଭୁଥିଲା 
       ହସ ରୋଳ ସହ ଗାଆଁ ଦାଣ୍ଡରେ 
ଆକାଶରେ ଚାନ୍ଦ ଫୁଟି ହସୁଥିଲା 
      ଝିଅ ଯାଉଥିଲା ଦରିଆ ପାରେ ।

    ନିରାକାରପୁର    ଖୋର୍ଦ୍ଧା

Related posts

ନର୍ମଦା ନାୟକ ଙ୍କ କବିତା ତ୍ରିଭୁଜ

Sunil Chandra Nayak

ବିଜେପି ର ଅନୁସୂଚିତ ଜନଜାତି ସମାବେଶ

ଯୋଡାପୋଖରୀ କ୍ଲବ ଆନୁକୁଲ୍ୟରେ ରଜ ପର୍ବ ଉପଲକ୍ଷେ ୨୪ ତମ ଗ୍ରାମାଞ୍ଚଳ ନୃତ୍ୟ ଓ ଫୁଟବଲ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!