Uncategorizedସୁରେନ୍ଦ୍ର କୁମାର ବେହେରା ଙ୍କ କବିତା ଓଡ଼ିଆ ପୁଅ ଦାସେ ଆପଣେ by Sunil Chandra NayakOctober 9, 2022063 Share0 ଓଡ଼ିଆ ପୁଅ ଦାସେ ଆପଣେ ସୁରେନ୍ଦ୍ର କୁମାର ବେହେରା ଦାସେ ଆପଣେ କିଏ ନଜାଣେ ଓଡ଼ିଆ ପୁଅ ଜଣେ ସେବା ତ୍ୟାଗରେ ଏ ଓଡ଼ିଶାରେ ତୁମେହିଁ ଏକା ଜଣେ ।1। ଦୀନ ଦୁଃଖୀ ଙ୍କ ଆଖିର ଲୁହ ପୋଛି ଦେଇଛ ହାତେ ରୋଗରେ ପୁଅ ଶୋଇଛି ଜରେ ଛାଡି ଯାଇଛ ରାତେ ।2। ସେବକ ସାଜି ଜୀବନ ବାଜି ଜନମ ମାଟି ପାଇଁ ବନ୍ୟା ମରୁଡି ନେଇଛି ଭିଡି ସେବା କରିବା ପାଇଁ ।3। ଅନୁଶାସନ ଦାଇତ୍ୱ ବୋଧ କର୍ତ୍ତବେ ସଚେତନ ଆଜି ଓଡିଶା ତୁମରି ପାଇଁ ବଢାଏ ଜାତିମାନ ।4। ଓଡ଼ିଆ ଲୋକ ଓଡିଶା କଥା ନିତି ଜାଣିବା ପାଇଁ ଖବର କାଗଜ ଛପାଇ ଥିଲ ସମାଜ ନାମଦେଇ ।5। ଦୀନ ଦରିଦ୍ର ବନ୍ଧୁରୁ ତୁମେ ହେଲ ଉତ୍କଳ ମଣି ଓଡ଼ିଆ ଜାତି ସବୁ ଦିନକୁ ତୁମ ପାଖରେଋଣୀ ।6। ଜିତିପୁର ,ହରିପୁର ହାଟ ,ଯାଜପୁର