କାମାକ୍ଷାନଗର (ମସୀହା)୨୦/୧୧ କାମାକ୍ଷାନଗର ଥାନା ବିଜାଡିହ ଗ୍ରାମର ବିଭୁଦତ୍ତ ମହାଭୋଇ ଆଜି ଅପରାହ୍ନରେ ସମୟରେ କାମାକ୍ଷାନଗର ସହରର ଦାସିପୋଖରୀ ନିକଟରେ ଥିବା ଫ୍ଲିପକାର୍ଡ କାର୍ଯ୍ୟାଳୟ ସମ୍ମୁଖରେ ଦୁର୍ଘଟଣା ରେ ଶିକାର ହୋଇଛନ୍ତି। ସୂଚନା ମୁତାବକ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରି ମାନେ ଗାଡିଗୁଡିକ ରଖି କାର୍ଯ୍ୟଳୟ ଭିତରକୁ ଯାଇଥିଲେ। ରେକୁଳା ପଟୁ OD19 H 4248 ଏକ ହୁଣ୍ଡାଇ କାର ଭାରସାମ୍ୟ ହରାଇ ଫ୍ଲିପକାର୍ଡ କାର୍ଯ୍ୟାଳୟ ସମ୍ମୁଖରେ ରହିଥିବା ବାଇକ ଗୁଡିକ ଉପରେ ଚଢିଯାଇଥିଲା। ଏହି ସମୟରେ ଫ୍ଲିପକାର୍ଡ କର୍ମଚାରି ବିଭୁ ଦତ୍ତ କାର୍ଯ୍ୟାଳୟକୁ ଆସିଥିବାବେଳେ ତାଙ୍କୁ ମଧ୍ୟ କାରଟି ଧକା ଦେଇଥିଲା। ଫଳରେ ତାଙ୍କର ବାମ ଜଙ୍ଘରେ ଗଭୀର ଆଘାତ ଲାଗିଛି। ଏବେ ତାଙ୍କ ଚିକିତ୍ସା ଜାରିରହିଛି। ଏହା ସହ ୫ ଟି ବାଇକ ଉପରେ ମଧ୍ୟ କାର ଚଢି ଯାଇଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡିଟିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।
କାମାକ୍ଷାନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍