ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟସ୍ତରୀୟ ଲୋକସାହିତ୍ୟ ଆଲୋଚନାଚକ୍ର

ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ସ୍ଥାନୀୟ କଲ୍ଯାଣ ମଣ୍ଡପ -୨ ଠାରେ ରାଜ୍ୟ ସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିବା ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ଯା ଡକ୍ଟର ସୁରେଶ୍ୱରୀ ବାଘଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଅଧିବେଶନରେ ଉଦଘାଟକ ଭାବରେ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ , ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ରାଜା ସାହେବ ତଥା ବିଶିଷ୍ଟ ଗବେଷକ ଡକ୍ଟର ଜିତାମିତ୍ର ପ୍ରସାଦ ସିଂହ ଦେବ ଏବଂ ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ଗବେଷିକା ଡକ୍ଟର ଅଞ୍ଜଳି ପାଢ଼ୀ ଯୋଗଦାନ କରିଥିଲେ। ସେହିପରି ପ୍ରଥମ ଅଧିବେଶନରେ ” ଲୋକ ସାହିତ୍ୟ ଓ ଲୋକ ସଂସ୍କୃତି ” ଶୀର୍ଷକ ଉପରେ ଅନୁଷ୍ଠିତ ଆଲୋଚନାଚକ୍ରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ଡକ୍ଟର ଗୋପୀନାଥ ବାଗ ଅଧ୍ଯକ୍ଷତା କରିଥିବା ବେଳେ ଆଲୋଚକ ଭାବରେ ଡି.ଏ.ଭି. ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ଡକ୍ଟର ଦୋଳଗୋବିନ୍ଦ ବିଶି ଓ ବିଜୁପଟ୍ଟନାୟକ ମହାବିଦ୍ୟାଳୟର ଇଂରାଜୀ ପ୍ରାଧ୍ୟାପକ ସାମୁଏଲ ଦାନୀ ଯୋଗଦାନ କରିଥିଲେ। ପୁନଶ୍ଚ ” ଲୋକ ସାହିତ୍ୟର ସଂଗ୍ରହ ଓ ଭବିଷ୍ୟତ” ଶୀର୍ଷକ ଉପରେ ଦ୍ବିତୀୟ ଅଧିବେଶନ ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ବାରିକ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଲୋଚକ ଭାବରେ ଜୟପ୍ରକାଶ ସାନ୍ଧ୍ୟ ମହାବିଦ୍ୟାଳୟର ଅଧ୍ୟାପକ ପରମେଶ୍ବର ମୁଣ୍ଡ, ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ତଥା ଗବେଷକ ଡକ୍ଟର ସଞ୍ଜୟ କୁମାର ମିଶ୍ର ଓ ବିଶିଷ୍ଟ ସାହିତ୍ଯିକ ଡକ୍ଟର ଲକ୍ଷ୍ମଣ ମେହେର ଯୋଗଦାନ କରିଥିଲେ। ଉଦଘାଟନୀ ସମାରୋହରେ ଓ ପ୍ରଥମ ଅଧିବେଶନରେ ଅଧ୍ଯାପକ ରୁଦ୍ରମାଧବ ବାରିକ ଏବଂ ଦ୍ବିତୀୟ ଅଧିବେଶନରେ ସାହିତ୍ଯିକ ଗୌରାଙ୍ଗ କୁମାର ସାହୁ ସ୍ୱାଗତ ସମ୍ଭାଷଣ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ କବି ପ୍ରେମାନନ୍ଦ ମେହେର ଓ ନାଟ୍ଯକାର ଅଶୋକ କୁମାର ବେହେରା ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ଅଧିବେଶନରେ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ପଟ୍ଟାୟତ କବି ନୀଳଲୋହିତ ସିଂହ ଦେବ, ସନାତନ ମହାଉତି, କୈଳାସ ବାଗ, ଶିରୀଶଙ୍କର ବାରିକ, ଖରତ ଚନ୍ଦ୍ର ବାରିକ,ଅଶେଷା ବାଘ, ରୁକ୍ମିଣୀ ବାଘ, ବୈଷ୍ଣବ ଦୁରିଆ, ଗୋବର୍ଦ୍ଧନ ସାହୁ, ଅସୀମା ବାଘ, ପବିତ୍ର ମୋହନ ପ୍ରଧାନ, ରମାକାନ୍ତ ସିଂହ ସାହାଣୀ, ଚତୁର୍ଭୁଜ ସିଂହ ଦେଓ, ବ୍ରଜମୋହନ ମେହେର,ଉମାକାନ୍ତି କୁମ୍ଭାର, ଡକ୍ଟର ସୁଶାନ୍ତ କୁମାର ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚାକୁ ନେଇ ନର୍ଲା ଜବାହର ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷାଙ୍କ ପ୍ରେସ ମିଟ

Sunil Chandra Nayak

ମାଁ ଦୁଆରସନି ପୀଠ ରେ ଛତର ଯାତ୍ରା

Sunil Chandra Nayak

ଥୁଆମୂଳ ରାମପୁର ଗ୍ରାମପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳନ ଓ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!