ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଇକ୍ ଦୁର୍ଘଟଣା ରେ ୩ ଗୁରୁତର

ଚନ୍ଦାହାଣ୍ଡି ୯/୧୦(ମ ନି ସ)- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ବାରୀଗୁଡା ପଂଚାୟତ ଅଧିନ ମୋତିଗାଁ ଏବଂ ଗମ୍ବାରୀଗୁଡା ମୁଖ୍ୟ ରାସ୍ତା ବୁଲାଣିଆ ଠାରେ ,ଦୁଇଟି ବାଇକ୍ ମଧ୍ୟ ରେ ଧକ୍କା ହେବା ଫଳରେ ଫୁଣ୍ଡେଲପଡା ଗ୍ରାମ ର ଇଡି ଗୌଡ, (୫୫) ଗମ୍ବାରୀଗୁଡା ଗ୍ରାମର ସଂଞ୍ଜୟ ଗୌଡ(୩୦) ଗୁରୁତର ହୋଇ ଥିବା ବେଳେ ଛତିଶଗଡ ଦାବିରିଗୁଡା ଗ୍ରାମ ର ଘେନୁ ୟାଦବ ସାମାନ୍ୟ ଆହତ ହୋଇଛନ୍ତି । ଇଡି ଗୌଡ ଘେନୁ ୟାଦବ, ଏବଂ ଗ୍ରାମ ର ଅନ୍ୟଜଣେ ବ୍ୟକ୍ତି ଙ୍କ ସହ ଏକ ଡିଲକ୍ସ ବାଇକ୍ ଯୋଗେ ଫୁଣ୍ଡେଲପଡା ଠାରୁ ମୋତିଗାଁ କୁ କୌଣସି କାମ ରେ ଆସୂ ଥିବା ବେଳେ ଚନ୍ଦାହାଣ୍ଡି ପଟୁ ଗମ୍ବାରୀଗୁଡା ଗ୍ରାମ ର ସଞ୍ଜୟ ଗୌଡ ସହ ଆଉ ଦୁଜଜଣ ବ୍ୟକ୍ତି ଏକ ବାଇକ୍ ରେ ଦ୍ରୁତ ଗତି ରେ ଆଶୁଥିବା ସମୟ ରେ ମୋତିଗାଁ ବୁଲାଣିଆ ଠାରେ ଏମାନଙ୍କ ବାଇକ୍ କୁ ଧକ୍କା ଦେବା ଯୋଗୁଁ ସମସ୍ତେ ରାସ୍ତା କଡକୁ ଛିଟିକି ପଡି ଆହତ ହୋଇ ଥିଲେ । ପାଖରେ ଥିବା ଲୋକମାନେ ଅଗ୍ନିଶମ ଗାଡି କୁ ଖବର ଦେଇ ଚିକିତ୍ସା ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତୀ କରି ଥିଲେ । ସେଠାରେ ଡାକ୍ତର ପୁରିଲ କୁମାର ଦାଶ ଙ୍କ ଦ୍ୱାରା ଚିକିତ୍ସା ପରେ ସମସ୍ତ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହି ଥିବା ବେଳେ ଅଧିକା ଚିକିତ୍ସା ପାଇଁ ଉମରକୋଟ ହସପିଟାଲ କୁ ରେଫର କରାଯାଇ ଥିବା ଡାକ୍ତରଖାନା ସୂତ୍ର ରୁ ଜଣା ପଡିଛି । ଏବାବଦରେ ଚନ୍ଦାହାଣ୍ଡି ଥାନା ରେ କୌଣଷି ଅଭିଯୋଗ ହୋଇ ନଥିବା ଚନ୍ଦାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି ।

           ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ                                                                     

Related posts

ଶନିବାର ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କାରେ ମନ୍ଦିର ପୂଜକଙ୍କ ମେଡିକାଲ ନେବାବେଲେ ମୃତ୍ୟୁ ଘଟଣା, ପୁଲିସ୍ ର ତଦନ୍ତ ଆରମ୍ଭ

କନକ ପ୍ରେସ ନାମରେ ସରପଞ୍ଚ ଙ୍କୁ କୋଡ଼ିଏ ହଜାର ଟଙ୍କା ଚାନ୍ଦା ମାଗିବା ଅଭିଯୋଗ

Sunil Chandra Nayak

ଆମ ଜଙ୍ଗଲ ଯୋଜନା ରେ ଦୁର୍ନୀତି ଓ ଶ୍ରମିକଙ୍କ ଅର୍ଥ ହଡପ ମାମଲା, ନିଲମ୍ବିତ ହେଲେ ଆମପାଣି ଫରେଷ୍ଟର ଜଗନ୍ନାଥ ନାଗ

Sunil Chandra Nayak

Leave a Comment

error: Content is protected !!