ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖାତିଗୁଡା ଓ ଫଟାଗୁଡାରେ ଗଜଲଷ୍ମୀ ପୂଜା

 ତେନ୍ତୁଳିଖୁ୍ଣ୍ଟି-09/10/22 : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ରେ ଗଜଳଷ୍ମୀ ପୂଜା ଧୁମ ଧାମରେ ପାଳିତ ହୋଇଯାଇଅଛି ।ଆଜି ଖାତିଗୁଡାଓ ଫଟାଗୁଡା ରେ ପାଳିତ ହୋଇଛି ।ମା ଗଜଲଷ୍ମୀଙ୍କ ପୂଜାର୍ଚ୍ଚନା ସକାଳୁ ସକାଳୁ କଳସ ଯାତ୍ରା ସହ ଆରମ୍ଭ ହୋଇଥିଲା।ଏଥିରେ ସ୍ଥାନୀୟ ମା ଓ ଭଉଣୀମାନେ ଇନ୍ଦ୍ରାବତୀ ନଦୀଠାରୁ ପୂଜା ମଣ୍ଡପ ପର୍ଯ୍ୟନ୍ତ କଳସ ଯାତ୍ରା ରେ ସାମିଲ ହୋଇଥିଲେ ।କଳସ ଯାତ୍ରା ପରେ ଆରମ୍ଭ ହୋଇଥିଲା ମା ଲଷ୍ମୀ ଙ୍କ ପୂଜାର୍ଚ୍ଚନା । ଫଟାଗୁଡା ଠାରେ ମୂଖ୍ୟ ରାସ୍ତା ସହ ପୂଜା ମଣ୍ଡପରେ ବହୁତ ସୁନ୍ଦର ଭାବେ ଲାଇଟ ର ସଜବାଜ ଦେଖିବାକୁ ମିଳିଥିଲା । ଠିକ ସେହିଭଳି ଇନ୍ଦ୍ରାବତୀ ଖାତିଗୁଡା ପୋଷ୍ଟ ଅଫିସ ସମୁଖରେ ହୋଉଥିବା ଗଜଲଷ୍ମୀପୂଜା ମଣ୍ଡପରେ ମଧ୍ୟ ସଜବାଜ ସହ ସଚେତନତା ବାର୍ତ୍ତା ସମ୍ବଳିତ କିଛି ଦୃଶ୍ୟ ଦେଖିବାକୁ ମିଳିଛି । ସନ୍ଧ୍ୟା ସମୟରେ ଏହି ଦୁଇ ସ୍ଥାନରେ ବେଶ ଭିଡ଼ ଦେଖିବାକୁ ମିଳିଛି । ଉଭୟ ପୂଜା କମିଟି ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଜନତା ଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟବସ୍ଥା କରିଛନ୍ତି। ଖାତିଗୁଡା ଗଜଲକ୍ଷ୍ମୀ ପୂଜା କମିଟି ସ୍ଥାନୀୟ ପ୍ରତିଭା ଚୟନ କରି ସେମାନଙ୍କୁ ପ୍ଲାଟଫର୍ମ ଦେବା ପାଇଁ ଡ୍ୟାନ୍ସ ଇନ୍ଦ୍ରାବତୀ ଡ୍ୟାନ୍ସ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ଫଟାଗୁଡା ପୂଜା କମିଟି ମେଲୋଡି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚଳାଇଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ମହିଳାଙ୍କ ଦ୍ୱାରା ଦେଶୀଭାଟି ଘେରାଉ

Sunil Chandra Nayak

ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷକଙ୍କୁ ଚହକା ଓ ସିଆଲଯୋଡ଼ିରେ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ଆଦିବାସୀ କଲ୍ୟାଣ ମନ୍ତ୍ରୀ ଙ୍କ ଦ୍ଵାରା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!