ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟ ଯୁବ ବିଜେଡ଼ି ଉପ ସଭାପତି ଙ୍କ ମାଟିଆ ପଞ୍ଚାୟତ ପରିଦର୍ଶନ

ଭବାନୀପାଟଣା ୧୦/୧୦ -:   ଆଜି ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭବାନୀପାଟଣା ବ୍ଳକର ମାଟିଆ ଗ୍ରାମ ପଞ୍ଚାୟତ ଶିବ ମନ୍ଦିର ପ୍ରାଙ୍ଗଣରେ ଯାଦବ ସମାଜ ତଥା ଗିରି ଗୋବର୍ଦ୍ଧନ ପୂଜା କମିଟି ସଦସ୍ୟ ମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ବିଜେଡ଼ି ବରିଷ୍ଠ ଉପ ସଭାପତି ଶ୍ରୀ ମଣ୍ଟୁ ନାଏକ ଯୋଗଦେଇ ପୂଜା କମିଟି ସହ ଆଲୋଚନା କରିବା ସହ ସେମାନେ ଉପସ୍ଥାପନ କରିଥିବା ବିଭିନ୍ନ ସମସ୍ୟାକୁ ସମାଧାନ ପାଇଁ ଉଦ୍ୟମ କରିବା ସହ ବିଭିନ୍ନ ଫୋରମ୍ ରେ ଉପସ୍ଥାପନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ବୈଠକରେ କମିଟି ସଭାପତି ହାତୀରାମ ଜୁଆଡ, ସମ୍ପାଦକ ସ୍ୟାମସୁନ୍ଦର ବାଗ, ବରିଷ୍ଠ ବିଜେଡି ନେତା ମାୟା ମାଝି, ସେଁପୁର ସରପଞ୍ଚ ତରୁ ମାଝୀ, କେନ୍ଦୁପାଟି ସରପଞ୍ଚ ସୁଧୀର ଗହୀର, ମାଟିଆ ପୂର୍ବତନ ସରପଞ୍ଚ ତିରଣ ସାହୁ, ସୁନିଲ ସୁନା, ରୋସନ ତାଣ୍ଡୀ, ବିକ୍ରମ ତାଣ୍ଡି, କଣ୍ଣ ତାଣ୍ଡୀ ତଥା ମିଲକୀ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ।

କିଶନ ଶର୍ମା ଙ୍କ ରିପୋର୍ଟ 

Related posts

କବିତା – ଉତ୍କଳ ଦିବସ

Sunil Chandra Nayak

ଭାଲୁ ଆକ୍ରମଣରେ କାନ୍ଦୁଲ ଡଙ୍ଗରି ଗ୍ରାମର ଜଣେ ବ୍ୟକ୍ତି ଗୁରୁତର

Sunil Chandra Nayak

ବିଳାସିନୀ ପୃଷ୍ଟି ଙ୍କ କବିତା ମହାଗୌରୀ

Sunil Chandra Nayak

Leave a Comment

error: Content is protected !!