ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯାତ୍ରୀ ବାହି ବସ ଉପରେ ପଥର ମାଡ଼

ପାପଡାହାଣ୍ଡି,10/10, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଦେଇ ଯାଇଥିବା 26ନମ୍ବର ଜାତୀୟ ରାଜପଥର ବାବାଜୀଗୁଡା ନିକଟରେ ସୋମବାର କିଙ୍ଗଫିସର ନାମକ ଏକ ଯାତ୍ରୀ ବାହି ବସ ଉପରେ ପଥର ମାଡ଼ ହୋଇଛି | ଯଦ୍ୱାରା ସାମ୍ନା ଭାଗ କାଚ ଭାଙ୍ଗି ଯାଇଥିବା ବେଳେ ବଡ଼ ଦୁର୍ଘଟଣାରୁ ଯାତ୍ରୀ ମାନେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି | ସୂଚନା ମୁତାବକ OD 02 AB 8710ବସ ଟି ରାଇଘର ରୁ ଭୁବେନେଶ୍ୱର ଯିବା ସମୟରେ ବାବାଜୀଗୁଡା ନିକଟରେ ଥିବା ଗ୍ରୀଡ଼ ରାସ୍ତାରେ ଅଜଣା ଦୁବୃତ୍ତ ମାନେ ଦୁଇ ଗୋଟି ପଥରରେ ବସକୁ ଆକ୍ରମଣ କରିଥିଲେ | ଗୋଟିଏ ପଥର ସାମ୍ନା ଭାଗ କାଚ କୁ ଓ ଅନ୍ୟଟି ଯାତ୍ରୀ ବସିଥିବା କାଚ କୁ ବାଜିଥିଲା | ଏଥିରେ କେହି ଆହତ ହୋଇନଥିବା ବେଳେ ଯାତ୍ରୀ ମାନେ ଭୟଭୀତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି | ଖବର ପାଇ ମଇଦଲପୁର ପୋଲିସ ଘଟଣାସ୍ଥଳରେ ପହଁଚିଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ସାମ୍ବାଦିକ ମାନଙ୍କୁ ଜମି ଯୋଗାଇ ଦେବା ନିମନ୍ତେ ପ୍ରଶାସନ ନିକଟରେ ପ୍ରେସକ୍ଲବ ପକ୍ଷରୁ ଦାବି 

Sunil Chandra Nayak

ଶରଣ ଶ୍ରୀକ୍ଷେତ୍ରରୁ ଆଜି ଚିଣ୍ଟୁ ବାବାଙ୍କ ପୁରୀ ଗସ୍ତ

Sunil Chandra Nayak

ଦୀପାବଳୀ କୁ ନିଆରା ଢଙ୍ଗରେ ପାଳନ କରନ୍ତି ମେହେର ସମ୍ପ୍ରଦାୟର ପରିବାର

Sunil Chandra Nayak

Leave a Comment

error: Content is protected !!