ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଣ୍ଡାଠାକୁରା ଗ୍ରାମରେ ୨୩ ତମ ସାର୍ବଜନୀନ ଲକ୍ଷ୍ମୀପୂଜା

ମୟୂରଭଞ୍ଜ -୧୧/୧୦/୨୨(ମସିହା) ମୟୂରଭଂଜ ଜିଲ୍ଲାର ବିଜାତଳା ବ୍ଳକର ମୁଣ୍ଡାଠାକୁରା ପଞ୍ଚାୟତର ମୁଣ୍ଡାଠାକୁରା ଗ୍ରାମରେ ସାର୍ବଜନୀନ ୨୩ ତମ ଲକ୍ଷ୍ମୀପୂଜା ମହାସମାରୋହରେ ପାଳନ କରାଯାଉଛି । ଶ୍ରଦ୍ଧାଳୁମାନେ ଗ୍ରାମ ପୋଖରୀରୁ ପୂର୍ଣକୁମ୍ଭ ପାଣି ମୁଣ୍ଡରେ ଆଣି ଗ୍ରାମ ପରିକ୍ରମା କରିଥିଲେ । ପରେ ମଣ୍ଡପକୁ ଆଣି କଳଶ ସ୍ଥାପନା କରିଥିଲେ ।ପୂଜକ ପଣ୍ଡିତ ଦୟାନିଧି ଧନିଙ୍କ ଦ୍ବାରା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହୋଇଥିଲା । ବିଜାତଳା ବ୍ଳକର ଏହା ଏକ ବଡ଼ ପୂଜା ମଣ୍ଡପ । ଆକର୍ଷଣୀୟ ତୋରଣ, ଆଲୋକସଜ୍ଜା, ଏବଂ ଭକ୍ତିମୟ ମା’ଙ୍କ ମୃଣ୍ମୟ ପ୍ରତିମାକୁ ଦେଖିବାକୁ ଆଖପାଖ ଅଂଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଛୁଟି ଆସିଥିଲେ । ଦୁଇବର୍ଷ କରୋନା କଟକଣା ଯୋଗୁଁ ମାଙ୍କ ଦର୍ଶନରୁ ବଂଚିତ ଶ୍ରଦ୍ଧାଳୁ ଏଥର ପାଖରୁ ମା’ଙ୍କୁ ପାଇ ଆନନ୍ଦରେ ବିଭୋର ହୋଇଥିଲେ ।ପୂଜା କମିଟି ତରଫରୁ ଖିଚୁଡି,ଅନ୍ନ,କ୍ଷିରି ବଣ୍ଟନ କରାଯାଇଥିଲା ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମସୀହା ନିୟୁଜ ରେ ପ୍ରସାରଣ ହେବା ପରେ ମାଁ ମାଉସୀ ମନ୍ଦିର ମରାମତି କଲେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ବିଜୟା ମାଝୀ 

Sunil Chandra Nayak

ନୂଆପଡା ଅବକାରୀ ବିଭାଗର ଚଢ଼ାଉ , ୬୦ କେ ଜି ଗଞ୍ଜାଇ ଜବତ, ତିନି ଗିରଫ

Sunil Chandra Nayak

ଅସହାୟ ର ସାହାରା ହେଲେ ‘ଯୁବଶକ୍ତି ‘ର ଅଧ୍ୟକ୍ଷ ହିମାଂଶୁ ଭୂଷଣ

Sunil Chandra Nayak

Leave a Comment

error: Content is protected !!